Below header

ବୋହୂକୁ କରୁଥିଲେ ଯୌନ ଉତ୍ପୀଡ଼ନ, ଘଟଣା ପ୍ରଘଟ ହେବା ପରେ ଗଳା କାଟି ଜୀବନରୁ ମାରିଦେଲେ, ଜାଣନ୍ତୁ କାମପିପାସୁ ଶ୍ୱଶୁରର କଳା କାରନାମା

ସ୍ତ୍ରୀର ମୃତ୍ୟୁ ପରେ ବୋହୂ ଉପରେ ଥିଲା ଖରାପ ନଜର। ପୁଅ କାମରେ ବାହାରିଯିବା ପରେ ଶ୍ୱଶୁର କରୁଥିଲେ ବୋହୂର ଯୌନ ଉତ୍ପୀଡ଼ନ। ଘଟଣା ଚାରିଆଡ଼େ ପ୍ରଘଟ ହୋଇଯିବା ପରେ ମଉକା ଦେଖି ବୋହୂକୁ ଜୀବନରୁ ମାରିଦେଲେ କାମପିପାସୁ ଶ୍ୱଶୁର। ଘଟଣାଟି ଘଟିଛି କର୍ଣ୍ଣାଟକର ମଣ୍ଡ୍ୟା ଜିଲା ରାଗିମୁଦ୍ଦନପଲ୍ଲୀ ଗାଁରେ।

ଏହାସହ ପଢ଼ନ୍ତୁ: ଡାଇପର ଛାଡ଼ିନଥିବା ଏହି ଛୁଆଟି ମାରୁଛି ସଚୀନଙ୍କ ଭଳି ସଟ, ଦେଖନ୍ତୁ ଭିଡିଓ

ସୂଚନା ମୁତାବକ, ହାସନ ଜିଲାର ଜଣେ ୨୬ ବର୍ଷୀୟା ଯୁବତୀ ମଣ୍ଡ୍ୟା ଜିଲାର ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେପଟେ ବିବାହର ଦୁଇବର୍ଷ ପୂର୍ବରୁ ଶାଶୁଙ୍କର ମୃତ୍ୟୁ ଘଟିସାରିଥିଲା। ତେଣୁ ବୋହୂ ଆସିବା ପରେ ଶ୍ୱଶୁର ତାଙ୍କୁ ଯୌନ ଉତ୍ପୀଡ଼ନ କରିବାକୁ ଲାଗିଲେ। ଦିନକୁ ଦିନ ଏହା ବଢ଼ିଚାଲିବାରୁ ଏ ସମ୍ପର୍କରେ ବୋହୂ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ସମସ୍ତ କଥା ସ୍ୱାମୀ ଜାଣିବା ପରେ ସେ ତାଙ୍କ ବାପାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ତାଗିଦ୍‌ କରିଥିଲେ। କିନ୍ତୁ ଶ୍ୱଶୁରଙ୍କ ଯାତନା କମି ନ ଥିଲା, ବରଂ ପୂର୍ବ ଅପେକ୍ଷା ଆହୁରି ବଢ଼ିଯାଇଥିଲା।

crime2

ଏହାସହ ପଢ଼ନ୍ତୁ: ମାତ୍ର ୯୦ ଟଙ୍କା ଦେଇ କିଣିଥିଲେ ଫୁଲଦାନୀ କିନ୍ତୁ ବିକିଲେ ୪.୪ କୋଟି ଟଙ୍କାରେ, ଜାଣନ୍ତୁ କଣ ରହିଥିଲା ସ୍ୱତନ୍ତ୍ରତା

ସେପଟେ ବାପାଙ୍କର ଏଭଳି ହରକତରୁ ବଞ୍ଚିବା ପାଇଁ ପୁଅ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଗାଁର ଅନ୍ୟ ଏକ ଜାଗାରେ ରହିବାକୁ ଲାଗିଲା। ମାତ୍ର ଏଥିରେ ଶ୍ୱଶୁରଙ୍କ ରାଗ ବଢ଼ିଯାଇଥିଲା। ସେ ମଉକା ଦେଖି ସେଠାରେ ମଧ୍ୟ ପହଞ୍ଚିଯାଉଥିଲେ। ଦିନେ ଘରେ କେହି ନ ଥିବା ବେଳେ ଶ୍ୱଶୁର ପହଞ୍ଚି ବୋହୂକୁ ଯୌନ ଶୋଷଣ କରିଥିଲେ। ପୁଅ ଜାଣିବା ପରେ ଏ ନେଇ ପୋଲିସ ନିକଟରେ ବାପାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଶ୍ୱଶୁରଙ୍କୁ ଗିରଫ କରି ଜେଲ୍‌ ପଠାଇଦେଇଥିଲା। କିନ୍ତୁ ଜାମିନ୍‌ରେ ମୁକୁଳିବା ପରେ ସେ ନିଜ ପ୍ରକୃତି ଛାଡ଼ି ନ ଥିଲେ। ଦିନେ ନିଜ ଭାଇ ସହ ମିଶି ଛୁରିରେ ବୋହୂର ଗଳା କାଟି ହତ୍ୟା କରିଦେଲେ।

ଏହାସହ ପଢ଼ନ୍ତୁ: ମଝି ରାସ୍ତାରେ କାର ଅଟକାଇ ଯୁବତୀ କଲେ ଏପରି କାଣ୍ଡ, ଦେଖନ୍ତୁ ଭିଡିଓ

ବୋହୂର ପାଟି ଶୁଣି ସ୍ୱାମୀ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.