ଓମିକ୍ରନର ୫ଟି ନୂଆ ଲକ୍ଷଣ: ଆପଣଙ୍କ ପାଖରେ ଏସବୁ ଲକ୍ଷଣ ଦେଖାଯାଉଥିଲେ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ ନିଅନ୍ତୁ ପଦକ୍ଷେପ

ଦେଶରେ ପୁଣି ଥରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏମିତିକି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଏହା ଏଧିକ ମାତ୍ରାରେ ସଂକ୍ରମଣ ବଢାଉଛି । ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ପୁଣି ଆଜି ଓଡିଶାରୁ ଚିହ୍ନଟ ହୋଇଛନ୍ତି ୭୦୭୧ ଜଣ କରୋନା ରୋଗୀ । ବର୍ତ୍ତମାନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଆଉ ଏକ କୋଭିଡ –୧୯ ଭାରିଏଣ୍ଟ ଦେଖିବାକୁ ପାଇଛନ୍ତି, ଯାହାର ନାମ ହେଉଛି ଡେଲ୍ଟାକ୍ରୋନ । ୟୁରୋପର ସାଇସରସ ସିଟିରେ ୨୫ ଜଣ କୋଭିଡ ରୋଗୀଙ୍କ ମଧ୍ୟରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ତେବେ ଓମିକ୍ରନର ଆଉ ଏମିତି କିଛି ନୂଆ ଲକ୍ଷଣ ଦେଖିବାକୁ ମିଳିଛି ଯାହାକି ପୂର୍ବରୁ ଦେଖାଯାଇ ନଥିଲା ।
ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ଓମିକ୍ରନର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକର ଯତ୍ନ ନିଆଯାଏ, ତେବେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ । ତେବେ ବର୍ତ୍ତମାନ ଦେଖାଯାଇଥିବା କୋଭିଡର ନୂଆ ଲକ୍ଷଣ ବିଷୟରେ ଜାଣନ୍ତୁ ଓ ଏହା ଯଦି ଆପଣଙ୍କ ପାଖରେ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ପଦକ୍ଷେପ ନିଅନ୍ତୁ ।
ଜାଣନ୍ତୁ କୋଭିଡ-୧୯ ଓମିକ୍ରନର ନୂଆ ଲକ୍ଷଣ

୧. ନୀଳ ଏବଂ ମାଟିଆ ନଖ:
ଏହା ଓମିକ୍ରନ୍ ର ପ୍ରାରମ୍ଭିକ ଲକ୍ଷଣରେ ଦେଖାଯାଏ । ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ରକ୍ତରେ ଅମ୍ଳଜାନର ଅଭାବ କାରଣରୁ, ନଖ ନୀଳ ରଙ୍ଗ ଓ ମାଟିଆ ହେବା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କ ପାଖରେ ଏହିପରି କିଛି ଲକ୍ଷଣ ଦେଖୁଛନ୍ତି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।
୨. ଚର୍ମ ଉପରେ ପ୍ରଭାବ:
ଯଦି ଆପଣଙ୍କର ଚର୍ମ କିମ୍ବା ଚର୍ମରେ ହଠାତ୍ କୌଣସି ଦାଗ ଦେଖାଯାଏ, ଓଠ ନୀଳ ହୋଇଯାଏ, ଯଦି ଆପଣଙ୍କର ଚର୍ମ କୁଣ୍ଡେଇ ହୁଏ, ତେବେ ଏହା ଓମିକ୍ରନର ଲକ୍ଷଣ। ତେଣୁ ଆପଣ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।
୩. ନିଶ୍ୱାସ ନେବାରେ ଅସୁବିଧା:
ଯଦି ଆପଣ ହଠାତ୍ ନିଶ୍ୱାସ ନେବାରେ ଅସୁବିଧା ହୁଏ ଏବଂ ଛାତି ଜାମ୍ ହୋଇଯାଏ, ତେବେ ନିଶ୍ଚିତ ଭାବରେ ଏପରି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ କାରଣ ଏହା ଓମିକ୍ରନର ପ୍ରାରମ୍ଭ ଲକ୍ଷଣ।
୪. ଥକ୍କା ଲାଗିବା ଏବଂ ଶରୀରରେ ଯନ୍ତ୍ରଣା ହେବା:
ଯଦି ଆପଣଙ୍କୁ ଥକ୍କା ଲାଗୁଛି ଓ ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହା ଓମିକ୍ରନର ନୂଆ ଲକ୍ଷଣ । ଏମିତି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ । ଏହା ବ୍ୟତୀତ ଅଣ୍ଟାର ତଳ ଭାଗରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ କୋଭିଡ ଟେଷ୍ଚ କରାନ୍ତୁ । ଏହି ଲକ୍ଷଣଗୁଡ଼ିକ ଓମିକ୍ରନ୍ ହେତୁ ହୋଇପାରେ ।
୫. ରାତି ସମୟରେ ଶୋଇବା ବେଳେ ଦେହରୁ ଝାଳ ବୋହିବା:
ଯଦି ଆପଣ ରାତିରେ ଶୋଇବା ସମୟରେ ଦେହରୁ ଝାଳ ବୋହିବ ଓ ଆପଣଙ୍କୁ ରୋଗୀଣା ଲାଗିବ, ତେବେ ଏହା ମଧ୍ୟ ଓମିକ୍ରନ୍ର ଲକ୍ଷଣ । ଏହି ସବୁ ହେଉଛି ଓମିକ୍ରନର ନୂଆ ଲକ୍ଷଣ ତେବେ ଏହା ଯଦି ଆପଣଙ୍କ କ୍ଷେତ୍ରରେ ଦେଖାଯାଉଛି ଆପଣ ତୁରନ୍ତ ଟେଷ୍ଟ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ଖାଆନ୍ତୁ ।
ଓମିକ୍ରନ୍ର ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ଗଳା ଦର୍ଜ ହେବା, ନାକରୁ ପାଣି ବୋହିବା, ମୁଣ୍ଡ ବିନ୍ଧିବାକ୍ଲାନ୍ତ ଲାଗିବା, ଛିଙ୍କିବା, ଶରୀରରେ କଷ୍ଟ ହେବା, ଆଖିରୁ ପାଣି ଗଡିବା, ଚର୍ମରେ ଲାଲ ରଙ୍ଗର ନୀଳ ଦାଗ ଦେଖାଯିବା ।