ବିଲେଇକୁ ବଞ୍ଚାଇବା ପାଇଁ ବାୟୋଗ୍ୟାସ ଚାମ୍ବରକୁ ଡେଇଁଲେ ପରିବାର ଲୋକ, ୫ ମୃତ

ମହାରାଷ୍ଟ୍ରର ଅହମଦନଗର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ବେଳେ ବକାଡି ଅଞ୍ଚଳରେ ବାୟୋଗ୍ୟାସ ଚାମ୍ବରରେ ବିଲେଇ ପଡିଯାଇଥିଲା । ଆଉ ବିଲେଇକୁ ବଞ୍ଚାଇବା ପାଇଁ ପରିବାରର ଜଣକ ପରେ ଜଣେ ହୋଇ ୬ ଜଣ ଡେଇଁପଡିଥିଲେ । ଫଳରେ ଏମାନେ ଚାମ୍ବର ଭିତରେ ଅଣନିଶ୍ୱାସୀ ହୋଇପଡିଥିଲେ ।

ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ପରିବାର ଲୋକଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଅହମଦନଗରରେ ଘଟିଛି । ବିଲେଇ ବାୟୋଗ୍ୟାସ ଚାମ୍ବରରେ ପଡିଯାଇଥିଲା । ଯାହାକୁ ବଞ୍ଚାଇବା ପାଇଁ ପରିବାରର ୬ ଜଣ ଲୋକ ଡେଇଁପଡିଥିଲେ । ଯେଉଁଥିରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ଏଥିରେ ଜଣଙ୍କର ଜୀବନ ବଞ୍ଚିଯାଇଛି ।

ଖବର ମୁତାବକ, ମହାରାଷ୍ଟ୍ରର ଅହମଦନଗର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ବେଳେ ବକାଡି ଅଞ୍ଚଳରେ ବାୟୋଗ୍ୟାସ ଚାମ୍ବରରେ ବିଲେଇ ପଡିଯାଇଥିଲା । ଆଉ ବିଲେଇକୁ ବଞ୍ଚାଇବା ପାଇଁ ପରିବାରର ଜଣକ ପରେ ଜଣେ ହୋଇ ୬ ଜଣ ଡେଇଁପଡିଥିଲେ । ଫଳରେ ଏମାନେ ଚାମ୍ବର ଭିତରେ ଅଣନିଶ୍ୱାସୀ ହୋଇପଡିଥିଲେ ।

ଘଟଣା ପରେ ଚାଞ୍ଚଲ୍ୟ ସୃଷ୍ଟି ହେବା ପରେ ପୋଲିସ ଏବଂ ପ୍ରଶାସନ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି କରିଥିଲା । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି ପୋଲିସ । ହସପିଟାଲରେ ଭର୍ତ୍ତି ଥିବା ବ୍ୟକ୍ତି ଗୁରୁତର ରହିଛନ୍ତି । ପୋଲିସକୁ ରେସକ୍ୟୁ କରିବା ପାଇଁ ୫ ଘଣ୍ଟା ସମୟ ଲାଗିଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗିଥିଲା । ମୃତକମାନେ ହେଲେ ମାଣିକ ଗୋବିନ୍ଦ କାଲେ, ସନ୍ଦୀପ ମାଣିକ କାଲେ, ବ୍ଲୁ ଅନିଲ କାଲେ, ଅନିଲ ବାପୁରାଓ କାଲେ, ବାବା ସାହେବ ଗାୟକଓ୍ଵାଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.