ବିହାରରେ ଜାରି ରହିଛି ବନ୍ୟାର ତାଣ୍ଡବ, ବଢିବାରେ ଲାଗିିଛି ମୃତ୍ୟୁ ସଂଖ୍ୟା

ବିହାର: ବିହାରରେ ଜାରି ରହିଛି ବନ୍ୟାର ତାଣ୍ଡବ । ବନ୍ୟାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିିଛି । ସୂଚନା ଅନୁସାରେ ବିହାରରେ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ବିହାର ରାଜଧାନୀ ପାଟନା ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ଦୁଇଟି ହେଲିକପ୍ଟର ଯୋଗାଇ ଦିଆଯାଇଛି । ହେଲକପ୍ଟର ସାହାଯ୍ଯରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ।

bihar floodଗତ ଦୁଇ ଦଶନ୍ଧିର ରେକର୍ଡ ଭାଙ୍ଗିଛି ବର୍ଷା । ମେଡିକାଲ, ଘର, ସବୁ କିଛି ବୁଡି ଯାଇଛି । ନାହିଁ ନଥିବା ଦୁର୍ଦ୍ଦଶାରେ ଅଛନ୍ତି ସହରବାସୀ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜେନ୍ଦ୍ରନଗର ଓ ପାଟଳୀପୁତ୍ର କଲୋନୀ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.