ଉତ୍ତର ଭାରତରେ ବନ୍ୟା ବିତ୍ପାତ, ଯୁଦ୍ଧାକାଳୀନ ଭିତ୍ତିରେ ଚାଲିଛି ଲୋକଙ୍କୁ ସହାୟତା କାର୍ଯ୍ୟ

ନୂଆଦିଲ୍ଲୀ(କେନ୍ୟୁଜ୍): ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଆକସ୍ମିକ ବନ୍ୟା ଆସି ନଷ୍ଟ ହେଉଛି ବ୍ୟାପକ ଧନ ଜୀବନ। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ରାଜପଥ ଅବରୋଧ ହୋଇଛି। କେତେକ ସ୍ଥାନରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୫୭୪ କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର।

ଏପଟେ ଦିଲ୍ଲୀକୁ ବନ୍ୟା ଭୟ। ଉଛୁଳୁଛି ଯମୁନା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ। ତଳି ଅଞ୍ଚଳରେ ପାଣି ପଶିବା ଆରମ୍ଭ କରିଛି। ଯୁଦ୍ଧାକାଳୀନ ଭିତ୍ତିରେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନ ପକ୍ଷରୁ ୨ ହଜାରରୁ ଅଧିକ ଆଶ୍ରୟ ସ୍ଥଳୀ ଖୋଲା ଯାଇଛି। ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ସେପଟେ ପଂଜାବରେ ମଧ୍ୟ ବନ୍ୟା ସ୍ଥିତି। ୮ଟି ଜିଲ୍ଲାରେ ଜାରି ହୋଇଛି ଆଲର୍ଟ । ବିଭିନ୍ନ ନଦୀ ଉଛୁଳୁଥିବା ବେଳେ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି। ୨୦୦ ରୁ ଅଧିକ ଗାଁକୁ ଖାଲି କରାଯାଇଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୧୦୦ କୋଟି ଟଙ୍କାର ଜରୁରକାଳୀନ ରିଲିଫ ଘୋଷଣା କରିଛନ୍ତି।