୭୦ ପ୍ରତିଶତ କୋଟିପତିଙ୍କ ପିଲା ପଢନ୍ତି ବିଦେଶରେ, କେଉଁ ଦେଶ ପ୍ରଥମ ପସନ୍ଦ ?

ଭାରତର ୭୦ପ୍ରତିଶତ କୋଟିପତି ନିଜ ପିଲାମାନଙ୍କୁ ବିଦେଶ ପଠାଇବାକୁ ଚାହାନ୍ତି । କିନ୍ତୁ ଶିକ୍ଷା ପାଇଁ ସେମାନଙ୍କର ପସନ୍ଦର ସ୍ଥାନ କେଉଁଟା ଯାହକୁ ନେଇ ଏକ ସୂଚନା ପ୍ରକାଶ ପାଇଛି । ହୁରୁନ ଇଣ୍ଡିଆ ୱେଲ୍ଥ ଏହି ରିପୋର୍ଟ ପ୍ରକାଶ କରିଛି । ୨୦୨୧ରେ ଏହା ,ସାମନାକୁ ଆସିଛି । ତେବେ ଜାଣିବା କେଉଁ ଦେଶ ଏବେ ଶିକ୍ଷା କ୍ଷେତ୍ରରେ ଆଗରେ ।

ଭାରତର ଅଧିକାଂଶ କୋଟିପତି ସେମାନଙ୍କ ପିଲାମାନଙ୍କୁ ପାଠ ପଢାଇବାକୁ ବିଦେଶ ପଠାଇବାକୁ ଚାହାନ୍ତି । ରିପୋର୍ଟ ଅନୁଯାୟୀ ଦେଶର ୭୦ପ୍ରତିଶତ କୋଟିପତି ଏହା ଚାହାନ୍ତି । ସେମାନେ ଚାହାନ୍ତି ଯେ ସେମାନଙ୍କର ପିଲାମାନେ ଉଚ୍ଚ ଅଧ୍ୟୟନ ବିଦେଶରରେ କରନ୍ତୁ । କିନ୍ତୁ କେଉଁଠାକୁ ଯିବେ ସେ ବିଷୟରେ ପ୍ରଥମ ପସନ୍ଦର ଦେଶ ହେଉଛି ଆମେରୀକା ।

ରିପୋର୍ଟ ଅନୁଯାୟୀ ୨୯ପ୍ରତିଶତ କୋଟିପତି ସୋମାନଙ୍କ ପିଲାମାନଙ୍କୁ ବିଦେଶରେ ଶିକ୍ଷା ଦେବା ପାଇଁ ଆମେରୀକା ବାଛିଛନ୍ତି । ଏଥିସହ ୧୯ପ୍ରତିଶତ କୋଟିପତି ନିଜ ପିଲାଙ୍କୁ ବ୍ରିଟେନକୁ ଏବଂ ୧୨ ପ୍ରତିଶତ ନ୍ୟୁଜିଲାଣ୍ଡକୁ ପଠାଇବାକୁ ଚାହାନ୍ତି । ଚତୁର୍ଥ ସ୍ଥାନରେ ରହିଛି ଜର୍ମାନୀ । ୧୧ପ୍ରତିଶତ କୋଟିପତି ଚାହାନ୍ତି ଯେ ସେମାନଙ୍କର ପିଲା ଅଧ୍ୟୟନ ପାଇଁ ଜର୍ମାନୀ ଯାଆନ୍ତୁ ।

କେବଳ ଭାରତୀୟ ନୁହନ୍ତି ବିଦେଶୀ ଛାତ୍ରମାନେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଭାରତରେ ପହଞ୍ଚୁଛନ୍ତି । ୨୦୧୯-୨୦ ଏକାଡେମିକ ଅଧିବେଶନ ପାଇଁ ୪୯,୩୪୮ବିଦେଶୀ ଛାତ୍ର ନାମ ଲେଖାଇଥିଲେ । ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୯ରେ ୧୬୪ଟି ଦେଶର ଛାତ୍ର ଭାରତରେ ଅଧ୍ୟୟନ ପାଇଁ ପଞ୍ଜୀକୃତ ହୋଇଥିଲେ । ସେହି ସମୟରେ ୨୦୨୦ରେ ଏହି ସଂଖ୍ୟା ୧୬୮ରେ ପହଞ୍ଚିଛି ।

ବିଦେଶରୁ ଭାରତକୁ ଆସୁଥିବା ଅଧିକାଂଶ ଛାତ୍ର ବିଟେକରେ ଆଡମିଶନ କରନ୍ତି । କିନ୍ତୁ ବିଟେକରେ କେବଳ ୯୫୦୩ ନାମ ଲେଖାଇଛନ୍ତି । ଏହା ବ୍ୟତୀତ ବିଏସସିରେ ୩୯୬୪, ବିବିଏରେ ୩୨୯୦ ଏବଂ ବିଏରେ ୨୫୯୬ ବିଦେଶୀ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଥିଲା । ଯେଉଁଥିରେ ୨୪୫୧ବିଦେଶୀ ଛାତ୍ର ବି ଫାର୍ମାରେ, ୨୨୯୫ ବିଏରେ, ଏବଂ ୧୮୨୦ ବିସିଏରେ ନାମ ଲେଖାଇଛନ୍ତି ।

ସମ୍ପ୍ରତ୍ତି ଅନଲାଇନ ଶିକ୍ଷାର ଧାରା ବୃଦ୍ଧି ହେତୁ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିରେ ବିଶେଷକରି ଏପରି ଛାତ୍ରମାନେ ନାମ ଲେଖାଇଛନ୍ତି ଯେଉଁମାନେ ସ୍ୱଳ୍ପ ମିଆଦ ପାଠ୍ୟକ୍ରମ କରିବାକୁ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.