୮୭ ବର୍ଷରେ ହିମାଚଳପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ବିୟୋଗ

ହିମାଚଳପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ନିଧନ । ମୃତ୍ୟୁ ସମୟରେ ତାଙ୍କ ବୟସ ୮୭ ବର୍ଷ ହୋଇଥିଲା । ବହୁଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ । ଆଜି ତଥା ଗୁରୁବାର ଭୋର ୩.୪୦ରେ ଶିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଅନୁଯାୟୀ ବୀରଭଦ୍ର ୨ ମାସ ପୂର୍ବରୁ ହସ୍ପିଟାଲରେ ଆଡମିଟ ହୋଇଥିଲେ । କରୋନାରେ ୨ ଥର ଆକ୍ରାନ୍ତ ହେବା ପରେ ମଧ୍ୟ ସେ ସୁସ୍ଥ ହୋଇଥିଲେ । ବୀରଭଦ୍ରଙ୍କୁ ବୁଧବାର ଦ୍ୱିପହରରେ ରାମପୁରରୁ ଶିମଲା ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଗତ ୨ଦିନରୁ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ତେବେ ରାଜନୀତି କ୍ୟାରିଆରକୁ ଦେଖିଲେ ଜଣାପଡେ, ସେ ୬ଥର ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାସହ ସେ ୫ଥର ସାଂସଦ ମଧ୍ୟ ହୋଇଥିଲେ । ବର୍ତ୍ତମାନ ସେ ସୋଲନ ଜିଲ୍ଲାର ଅରକିର ବିଧାୟକ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.