ମୁମ୍ବାଇ : ପୋଲିସ କମିଶନର ପରମ୍‌ ବୀର ସିଂହ ନିଜ ବଦଳିକୁ ନେଇ ଗଲେ ସୁପ୍ରିମ୍‌କୋର୍ଟ, ଦାବି କଲେ ଗୃହମନ୍ତ୍ରୀଙ୍କ ସିବିଆଇ ଯାଞ୍ଚ୍‌

ନୂଆଦିଲ୍ଲୀ : ମୁମ୍ବାଇ ପୂର୍ବତନ କମିଶନର ପରମ ବୀର ସିଂହ ଓ ମୁମ୍ବାଇ ସରକାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଶ୍ରୀ ସିଂହ ହୋମଗାର୍ଡ ବିଭାଗକୁ ତାଙ୍କର ବଦଳି ହେବାକୁ ବେନିୟମ ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ଶ୍ରୀ ସିଂହ ତାଙ୍କର ପିଟିସନରେ କୋର୍ଟଙ୍କୁ ଜଣାଇଛନ୍ତି ଯେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ପୁରଣ ହୋଇନଥିବାରୁ ତାଙ୍କର ବଦଳି ଭାରତୀୟ ସମ୍ବିଧାନ ଆର୍ଟିକିଲ୍‌ ୧୪ ଓ ୨୧ ର ଉଂଲଘନ । ତାଙ୍କୁ ଆକ୍ରୋଶମୂଳକ ଭାବେ ବଦଳି କରାଯାଇଛି ବୋଲି ଶ୍ରୀ ସିଂହ ଅଭିଯୋଗ କରିଛନ୍ତି । ଏଥି ସହ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଙ୍କ ଦୁର୍ନୀତିର ସିବିଆଇ ଯାଞ୍ଚ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟରେ ଶ୍ରୀ ସିଂହ ନିବେଦନ କରିଛନ୍ତି ।

ଗତ ସପ୍ତାହରେ କମିଶନର ଶ୍ରୀ ସିଂହଙ୍କର ହୋମ୍‌ଗାର୍ଡ ବିଭାଗକୁ ବଦଳି ପରେ ଶ୍ରୀ ସିଂହ ଗୃହମନ୍ତ୍ରୀଙ୍କ ଦୁର୍ନୀତିର ପର୍ଦା ଫାସ କରିଥିଲେ । ଯାହାକୁ ନେଇ ମୁମ୍ବାଇରେ ରାଜନୈତିକ ଝଡ଼ ସୃଷ୍ଟି ହୋଇାଛି । ଶ୍ରୀ ସିଂହ କହିଥିଲେ ଯେ ଗୃହମନ୍ତ୍ରୀ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ହୋଟେଲ ଓ ବାର୍‌ରୁ ଆଦାୟ କରିବାକୁ କିଛି ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଯାହାକୁ ବିରୋଧ କରି ତାଙ୍କୁ ବଳି ପଡ଼ିବାକୁ ପଡ଼ିଛି ବୋଲି ଶ୍ରୀ ସିଂହ କହିଛନ୍ତି । ଏହାକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମହାରାଷ୍ଟ୍ରର ବିଜେପି । ତେବେ ଏନ୍‌ସିପି ନେତା ଶରଦ ପାଓ୍ଵାର ଗୃହମନ୍ତ୍ରୀଙ୍କ ସମର୍ଥନରେ ଆସି ଶ୍ରୀ ଦେଶମୁଖଙ୍କର ଏଥିରେ କୌଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି । ଏହାକୁନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.