ଜାଣନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ଭଗବାନଙ୍କ ବଦଳରେ ରହିଥାନ୍ତି ଭୂତ ଓ ପିଶାଚ

ମନ୍ଦିର ଭାରତୀୟଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ। ହେଲେ ଭାରତରେ ଏମତି ଏକ ମନ୍ଦିର ଅଛି, ଯେଉଁଠି କେହି ଯିବାକୁ ପସନ୍ଦ କରନ୍ତି ନାହିଁ। ପ୍ରକୃତରେ ଲୋକମାନଙ୍କୁ ଏଠାକୁ ଯିବାକୁ ଡର ଲାଗେ। ଭୂତ – ପିଶାଚ ରହିଥିବାର ଡର ଭକ୍ତଙ୍କୁ ଏହି ମନ୍ଦିରକୁ ଯିବାକୁ ରୋକିଥାଏ। ଏହି ମନ୍ଦିର ହିମାଚଳ ପ୍ରଦେଶ ଚମ୍ବାର ଭରମୋର ନାମକ ସ୍ଥାନରେ ଅବସ୍ଥିତ। ମନ୍ଦିରକୁ ନେଇ ଅନେକ ଧରଣର ମାନ୍ୟତା ରହିଛି। ଏଠାରେ ଲୋକମାନେ ଦୂରରେ ରହି ମନ୍ଦିରକୁ ଦେଖି ହାତ ଯୋଡିଥାନ୍ତି। କେହି ମନ୍ଦିର ଭିତରକୁ ପ୍ରବେଶ କରିନଥାନ୍ତି। ଦୂରରୁ ଦର୍ଶନ କରି ଫେରିଯାନ୍ତି।

chamba32
pc: amar ujala

ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ମନ୍ଦିର ଭିତରେ ଖାଲି ଘର ରହିଛି। ଯାହାକୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଖାଲି ଘରେ ଚିତ୍ରଗୁପ୍ତ ରହୁଥିବାର ବିଶ୍ୱାସ ଅଛି। ଯେବେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ଏହାପରେ ଆତ୍ମାକୁ ଯମଦୂତଙ୍କ ଜରିଆରେ ଚିତ୍ରଗୁପ୍ତଙ୍କ ପାଖକୁ ଅଣାଯାଏ। ଶେଷରେ ସେଠାରେ ଆତ୍ମାର କର୍ମକୁ ନିର୍ଦ୍ଧାରଣ କରାଯାଇଥାଏ। ଏହାପରେ ଆତ୍ମାକୁ ଚିତ୍ରଗୁପ୍ତଙ୍କ ସାମ୍ନା ଘରକୁ ନିଆଯାଏ। ଯେଉଁଠାରେ ଯମରାଜଙ୍କର ଅଦାଲତ ରହିଛି। ଏହି ଅଦାଲତରେ ଆତ୍ମାର କର୍ମଫଳ ନିିର୍ଦ୍ଧାରଣ କରାଯାଇଥାଏ। ଏହିଠାରୁ ବ୍ୟକ୍ତିକୁ ସ୍ୱର୍ଗ ଅବା ନର୍କ ପଠାଇବାର ନିଷ୍ପତ୍ତି ନିଆଯାଏ।

chamba3234
pc: patrika

ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ୪ଟି ଅଦୃଶ୍ୟ ଦ୍ୱାର ରହିଛି। ଯାହା ସୁନା, ରୂପା, ତମ୍ବା ଓ ଲୁହାରେ ତିଆରି। ଯମରାଜଙ୍କ ନିଷ୍ପତ୍ତି ପରେ ଯମଦୂତଙ୍କ ଜରିଆରେ ଆତ୍ମାକୁ କର୍ମଫଳ ଅନୁଯାୟୀ ଏହି ଦ୍ୱାର ଦେଇ ସ୍ୱର୍ଗ ଓ ନର୍କକୁ ପଠାଯାଏ। ଗରୁଡ଼ ପୁରାଣରେ ମଧ୍ୟ ଯମରାଜଙ୍କର ଏହି ୪ଟି ଦ୍ୱାର ସମ୍ପର୍କରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.