କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଦୂଷିତ ପାଣି ପାଇଁ ଚର୍ମରୋଗ ହେଉଥିବା ଅଭିଯୋଗ,ବିକ୍ଷୋଭ କଲେ ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଦୀର୍ଘ ଏକ ବର୍ଷର କରୋନା କଟକଣା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଛି । ଏହି  ଶିକ୍ଷାନୁଷ୍ଠାନ ଖୋଲିବା ପରେ ଛାତ୍ରଛାତ୍ରୀମାନେ ବହୁ ଖୁସିରେ ପାଠ ପଢିବାକୁ ଆସିଥିଲେ। କିନ୍ତୁ ଶିକ୍ଷାନୁଷ୍ଠାନକୁ ଆସି ହଷ୍ଟେଲରେ ରହି ବିଭିନ୍ନ ପ୍ରକାରର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସହର ନିକଟରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜରେ । ଛାତ୍ର ଓ ଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ହଷ୍ଟେଲ ଥିବା ବେଳେ ଦୁଇଟିଯାକ ହଷ୍ଟେଲରେ ସଫା ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

keonjhar 3

ଯେଉଁ ପାଣି ଆସୁଛି ତାକୁ ବ୍ୟବହାର କରି ଚର୍ମରୋଗର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀମାନେ । ଆଜି ଏନେଇ ଛାତ୍ରଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ । ପରେ କଲେଜ ଅଧ୍ୟକ୍ଷଙ୍କ ପାଣି ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ରୁ ଓହରି ଥିଲେ ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.