ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଆୟକର ବିଭାଗର ନୋଟିସ୍‌

ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ପତ୍ନୀଙ୍କୁ ଆୟକର ବିଭାଗର ନୋଟିସ୍‌। ଆୟକର ବିଭାଗର ଟିମ୍‌ ଏଚ୍‌ଡି ଦେବଗୌଡ଼ାଙ୍କ ପତ୍ନୀଙ୍କ ସହ ତାଙ୍କ ପୁଅ ରେବନ୍ନାଙ୍କୁ ମଧ୍ୟ ନୋଟିସ୍‌ ପଠାଇଛି। ରେବନ୍ନା କହିଛନ୍ତି, ଆୟକର ବିଭାଗକୁ ଆମକୁ ନୋଟିସ୍‌ ପଠାଇବାକୁ ଦିଆଯାଉ। ଏବେ ସେ ମୋ ମା’ଙ୍କୁ ବି ନୋଟିସ୍‌ ପଠାଇଛନ୍ତି। ଆମେ କ୍ଷେତରେ ଆଖୁ ଚାଷ କରୁ। ସେମାନେ ଏଠାକୁ ଆସିବା ଦରକାର। ଏସବୁ ଦେଖିବା ଦରକାର। ଡ୍ରୋନ୍‌ ସର୍ଭେ ବି କରିବା ଦରକାର। ମୋ ବାପା-ମା କ’ଣ କୋଟି କୋଟି ଟଙ୍କା ରଖିଛନ୍ତି ନା କିଛି ନୂଆ ସମ୍ପତ୍ତି କିଣିଛନ୍ତି। କାହିଁକି ଗୋଟିଏ ରାଜନୈତିକ ଦଳକୁ ହିଁ ସବୁବେଳେ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ରେବନ୍ନା।


ରେବନ୍ନା କହିଛନ୍ତି, ମୋ ମା’ଙ୍କୁ ନୋଟିସ୍‌ ପଠାଯିବାର କାରଣ ହେଉଛି ତାଙ୍କ ପରିବାର ପାଖରେ ଡୋଡାପୁରା ଓ ପୁଡୁବଲାହିପ୍ପିରେ ଜମି ରହିଛି। ମୋ ମା’ଙ୍କୁ ଏହି ନୋଟିସ୍‌ ପଠାଯାଇଛି ଓ ଆମ ସମ୍ପତ୍ତି ବାବଦରେ ପଚରାଯାଇଛି। ଆମେ ଆଇନ୍‌ ଅନୁସାରେ ଏହାର ଜବାବ ଦେବୁ।

ସେହିପରି ରେବନ୍ନାଙ୍କ ଭାଇ ଏଚ୍‌ଡି କୁମାରସ୍ୱାମୀ ମଧ୍ୟ କହିଛନ୍ତି, ଆମ ପରିବାର ଏହି ନୋଟିସ୍‌କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବ ନାହିଁ। ଆମେ ଜାଣିଛୁ ଯେ ଆମେ ଠିକ୍‌। ଏଣୁ ଆୟକର ନୋଟିସ୍‌କୁ ଆମେ ଏତେଟା ଗୁରୁତ୍ୱ ଦେଉ ନାହୁଁ। ଯାହା ଜବାବ ଦେବାର ଅଛି ଆମେ ନିଶ୍ଚୟ ଦେବୁ ବୋଲି କହିଛନ୍ତି ଏଚ୍‌ଡି କୁମାରସ୍ୱାମୀ।

Also Read: ସାମୁଦ୍ରିକ ଶାସ୍ତ୍ର: କାନ ଆକୃତିରୁ ଜାଣନ୍ତୁ କାହା ସ୍ୱଭାବ କେମିତିି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.