ସାମୁଦ୍ରିକ ଶାସ୍ତ୍ର: କାନ ଆକୃତିରୁ ଜାଣନ୍ତୁ କାହା ସ୍ୱଭାବ କେମିତିି

ଶାସ୍ତ୍ର ପୁରାଣ ମଧ୍ୟରେ ସାମୁଦ୍ରିକ ଶାସ୍ତ୍ରର ଅଧିକ ଗୁରୁତ୍ୱ ରହିଛି। ଏହି ଶାସ୍ତ୍ରରେ ଶରୀରର ଗଠନରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କେମିତି ହୋଇଥାଏ, ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଶରୀରର ପ୍ରତ୍ୟେକ ଅଙ୍ଗ ବିଷୟରେ ଏହି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଆଜି ଆସନ୍ତୁ ଜାଣିବା କାନର ଆକୃତିରୁ କେମିତି ସ୍ୱଭାବ ଜାଣିବେ ସେ ବିଷୟରେ…

କିଛି ଲୋକଙ୍କ କାନ ସାମାନ୍ୟ ଲମ୍ବା ହୋଇଥାଏ ତ ଆଉ କିଛିଙ୍କ କାନ ଫଳି ବଡ଼ ହୋଇଥାଏ। ଏମିତି କାନ ଥିବା ବ୍ୟକ୍ତି ବେଶ୍‌ ବୁଦ୍ଧିମାନ ହୋଇଥାନ୍ତି ଓ ଏମାନଙ୍କ ବ୍ୟବହାର ଅତ୍ୟନ୍ତ ମାର୍ଜିତ ହୋଇଥାଏ। ଏଥିସହ ଏମାନେ ନିଜ କାମ ପ୍ରତି ମଧ୍ୟ ଅଧିକ ଯତ୍ନବାନ୍‌ ହୋଇଥାନ୍ତି। ଏହି କାରଣରୁ ସମାଜରେ ଏଭଳି ବ୍ୟକ୍ତିଙ୍କର ଏକ ନିଆରା ପରିଚୟ ଗଢ଼ି ଉଠିଥାଏ।

ଲମ୍ବା କାନ ଥିବା ବ୍ୟକ୍ତି ନିଜ କଥାକୁ ଅନ୍ୟ ମାନଙ୍କ ସାମ୍ନାରେ ଉପସ୍ଥାପନ କରିବା ଉପାୟକୁ ଖୁବ୍‌ ଭଲ ଭାବେ ଜାଣିଥାନ୍ତି। ଏମାନଙ୍କର ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ରହିଥାଏ। ଏହି ଲୋକମାନେ ସମୟାନୁବର୍ତ୍ତୀ ହେବା ସହ ନିଜ କଥାକୁ ରଖିବା ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଯଦି ଏମାନଙ୍କ କଥା ନ ଶୁଣେ, ତେବେ ଏମାନେ ପ୍ରବଳ ରାଗିଯାଇଥାନ୍ତି।

Also Read: ପୁଅ ବୟସର ପ୍ରେମିକ ସହ ଲିଭ-ଇନ୍‌ ରିଲେସନ୍‌, ଏକାଠି ରହିବାକୁ କୋର୍ଟରେ ଆବେଦନ କଲେ ୬୭ ବର୍ଷୀୟା ମହିଳା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.