ଖରାଦିନ ଆସିବା ମାତ୍ରେ ଦେଖାଦିଏ ତରଳଝାଡା ସମସ୍ୟା, ବନ୍ଦ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଖରାଦିନ ଆରମ୍ଭ ହୋଇଗଲାଣି। କାମ ଯୋଗୁଁ ନିଶ୍ଚିତ ବାହାରକୁ ଯିବାକୁ ପଡିବ ଆଉ ଖରାରେ ବାହାରକୁ ଗଲେ ପେଟ ଗରମ ନିଶ୍ଚିତ ହେବ। ପେଟ ଗରମ ହେଲେ ତରଳ ଝାଡା ହେବା ସୁନିଶ୍ଚିତ। ତେଣୁ ଗରମ ଦିନରେ ବାହାରେ ମଧ୍ୟ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ବା ତରଳ ଝାଡା ହୋଇଥାଏ। ବେଳେ ଏହା ଜମାରୁ ମଧ୍ୟକମି ନଥାଏ, ଫଳରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଖରାଦିନେ ତରଳ ଝାଡା ଯଦି ହୁଏ, ତେବେ କେତେକ ଘରୋଇ ଉପାୟ ରହିଛି, ଯାହା ସାହାଯ୍ୟରେ ଏହାକୁ ଭଲ କରିପାରିବେ। ତରଳ ଝାଡା ହେଲେ ବି ମୁଣ୍ଡବ୍ୟଥା, ଥକ୍କାପଣ, ଦୁର୍ବଳତା ଭଳି ସମସ୍ୟା ମଧ୍ୟ ଦେଖାଯାଏ।

ହାଇଡ୍ରେଟ୍‌ ରଖନ୍ତୁ: ଯଦି ଆପଣଙ୍କର ତରଳ ଝାଡା ହେଉଥାଏ, ତେବେ ଶରୀରକୁ ପ୍ରଥମେ ହାଇଡ୍ରେଟ୍‌ କରନ୍ତୁ। ଖାଲି ପାଣି ନୁହେଁ, ଲୁଣଯୁକ୍ତ ପାଣି, ଓଆରଏସ ପାଉଡରକୁ ପାଣିରେ ଗୋଳି ପିଅନ୍ତୁ। ଶରୀରକୁ ହାଇଡ୍ରେଟ୍‌ ରଖିବା ସହିତ ନିଜ ଡାଏଟର ଧ୍ୟାନ ରଖନ୍ତୁ। ଡାଏଟରେ କମଳା, ମୋସମ୍ବୀ ଭଳି ଜିନିଷକୁ ସାମିଲ କରନ୍ତୁ।

ଦହି ଖାଆନ୍ତୁ : ତରଳ ଝାଡା ହେଲେ ଆପଣ ଦହି ଖାଇବା ଉଚିତ। ଆପଣଙ୍କୁ ଜଲଦି ଆରାମ ମିଳିବ। ଦହିରେ ଥିବା ପ୍ରୋବାୟୋଟିକ୍ସ ତତ୍ତ୍ୱ ଅନେକ ପ୍ରକାର ସାହାଯ୍ୟ କରିଥାଏ। ତରଳ ଝାଡା ସମସ୍ୟା ଦୂରରେ ରଖିଥାଏ ଦହି। ତେଣୁ ତରଳ ଝାଡା ହେଲେ ୨ରୁ ୩ ଚାମଚ ଦହି ଖାଇପାରିବେ।

ଜିରା : ଆପଣଙ୍କ ରୋଷେଇ ଘରେ ଜିରା ନିଶ୍ଚିତ ଥାଏ। ତରଳ ଝାଡା ହେଲେ ଅଳ୍ପ ଉଷୁମ ପାଣି ସହି ଜିରାକୁ ଚୋବାଇ ଖାଆନ୍ତୁ। ଏହା ଧୀରେ ଧୀରେ ଚୋବାଇ ଖାଇବା ଉଚିତ। ଏହାଦ୍ୱାରା ଆପଣଙ୍କୁ ଜଲଦି ଆରାମ ମିଳିବ। ପେଟ ଥଣ୍ଡା ବି ରହିବ।

banana new
image credit: health line.com

କଦଳୀ : ତରଳ ଝାଡା ହେଲେ ଆପଣ ପାଚିଲା କଦଳୀ ଖାଇପାରିବେ। ପାଚିଲା କଦଳୀରେ ପ୍ରୋକ୍ଟିନ ରହିଥାଏ। ଯାହା ତୁରନ୍ତ ତରଳ ଝାଡାକୁ ବନ୍ଦ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ତରଳ ଝାଡା ନିୟନ୍ତ୍ରଣରେ ରହିଥାଏ। ତେଣୁ ଆପଣଙ୍କର ତରଳ ଝାଡା ହେଲେ ସକାଳେ ଏବଂ ସନ୍ଧ୍ୟାରେ ପାଚିଲା କଦଳୀ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.