ପୁଅ ବୟସର ପ୍ରେମିକ ସହ ଲିଭ-ଇନ୍‌ ରିଲେସନ୍‌, ଏକାଠି ରହିବାକୁ କୋର୍ଟରେ ଆବେଦନ କଲେ ୬୭ ବର୍ଷୀୟା ମହିଳା

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ ଦେଖେନି ଜାତି, ଧର୍ମ କି ରଙ୍ଗରୂପ। କାହାକୁ ବି କେତେ ବେଳେ କାହା ସହ ପ୍ରେମ ହୋଇଯାଇପାରେ। ଏହା ଏକ ସୁନ୍ଦର ଅନୁଭବ। ଆଜିକାଲି କମ୍‌ ବୟସର ପୁଅମାନେ ବି ନିଜ ଠାରୁ ବଡ଼ ପୁଅଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳୁଛି। ସେଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଗ୍ଵାଲିୟରରେ। ଏଠାରେ ଜଣେ ୬୭ ବର୍ଷୀୟା ମହିଳାଙ୍କ ହୃଦୟ ୨୮ ବର୍ଷର ଯୁବକ ଉପରେ ଆସିଯାଇଛି। ତେବେ ଖାସ୍‌ କଥା ହେଉଛି ଯୁବକ ଜଣକ ମଧ୍ୟ ମହିଳାଙ୍କୁ ନିଜ ହୃଦୟ ଦେଇ ବସିଛନ୍ତି ଓ ଉଭୟେ କୋର୍ଟରେ ପହଞ୍ଚିଛନ୍ତି। ଉଭୟେ ଏକାଠି ଲିଭ୍‌ ଇନ୍‌ରେ ରହିବାକୁ କୋର୍ଟ ପେପରରେ ଦସ୍ତଖତ କରିଛନ୍ତି।

ବୟସର ବାଡ଼ ବତା ଏମାନଙ୍କ ଉପରେ କାଟୁ କରିନାହିଁ। ସମାଜର ନୀତି ନିୟମକୁ ବି ଏମାନେ ଖାତିର କରି ନାହାନ୍ତି। କେବଳ ପ୍ରେମ ପାଇଁ। ଉଭୟେ ପରସ୍ପର ସହ ସାରା ଜୀବନ ରହିବାକୁ ଇଚ୍ଛା କରିଛନ୍ତି। ଏଥିପାଇଁ ଚାହିଁଛନ୍ତି କୋର୍ଟଙ୍କ ମଞ୍ଜୁରୀ। ୬୭ ବର୍ଷର ରାମକଲୀ ନିଜ ପୁଅ ବୟସର ୨୮ ବର୍ଷର ଭୋଲୁଙ୍କୁ ଭଲ ପାଇ ବସିଛନ୍ତି। ଏହି ପ୍ରେମୀ ଯୁଗଳ ପରସ୍ପରକୁ ଖୁବ୍‌ ପ୍ରେମ କରନ୍ତି। ଏକାଠି ରହିବାକୁ ବି ଚାହୁଁଛନ୍ତି, କିନ୍ତୁ ବିବାହ କରିବାକୁ ନୁହେଁ। ଏଣୁ ଏମାନେ ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

MP

ରାମକଲୀ ଓ ଭୋଲୁ ନିଜ ସମ୍ପର୍କରେ ମୋହର ମାରିବାକୁ କୋର୍ଟରେ ନୋଟାରୀ କରାଇଛନ୍ତି। ଉଭୟେ କହିଛନ୍ତି, ଆମେ ପରସ୍ପରକୁ ଖୁବ୍‌ ଭଲ ପାଉଛୁ ଓ ଏକାଠି ରହିବାକୁ ଚାହୁଁଛୁ। ଉଭୟେ ସାବାଳକ। ଲିଭ୍‌ ଇନ୍‌ରେ ରହିବା ବେଳେ ଭବିଷ୍ୟତରେ ଯେମିତି କୌଣସି ସମସ୍ୟା ନ ହୁଏ, ଏଣୁ ସେମାନେ ନିଜ ସମ୍ପର୍କକୁ କୋର୍ଟରେ ନୋଟାରୀ କରି ମଞ୍ଜୁରୀ ନେଇଛନ୍ତି।

Also Read: ନୂଆ ଲକ୍ଷଣ ନେଇ ଆସୁଛି କରୋନାର ଚତୁର୍ଥ ଲହର, ଫୁସ୍‌ଫୁସ୍‌ ନୁହେଁ ଏବେ ଏହି ଅଙ୍ଗ ହେଉଛି ଅଧିକ ପ୍ରଭାବିତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.