“ଦ କଶ୍ମୀର ଫାଇଲସ” ଉପରେ ବାରମ୍ବାର ପ୍ରଶ୍ନ ପଚରା ଯିବାରୁ ଭାରି ରାଗି ଗଲେ ଜନ ଆବ୍ରାହମ, କାହିଁକି ଜାଣନ୍ତୁ

ଏଇ ନିକଟରେ ଜନ ଆବ୍ରାହମ ନିଜ ଆଗାମୀ ଫିଲ୍ମ “ଆଟ୍ଟାକ”କୁ ପ୍ରମୋଟ କରିବା ପାଇଁ ଏକ ପ୍ରେସ କନ୍ଫରେନ୍ସର ଆୟୋଜନ କରିଥିଲେ ।  ଏହି କାର୍ଯ୍ୟକ୍ରମ ସମୟରେ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ “ଦ କଶ୍ମୀର ଫାଇଲସ” ଉପରେ କିଛି ଟିପ୍ପଣୀ କରିବାକୁ ତାଙ୍କୁ କୁହାଯାଇଥିଲା ।  ସାମ୍ନା ବ୍ୟକ୍ତିଙ୍କ ଠାରୁ ଏମିତି ଶୁଣି ଭାରି ରାଗି ଗଲେ ଜନ ଆବ୍ରହାମ । ଆଉ “ଦ କଶ୍ମୀର ଫାଇଲସ” ଉପରେ କୌଣସି ପ୍ରକାର କମେଣ୍ଟ ଦେବାକୁ ମନା କରିଦେଇଥିଲେ ।  ଫିଲ୍ମ “ଆଟ୍ଟାକ ପାର୍ଟ ୧ ” ର ଟ୍ରେଲର ଦେଖି ଏମିତି ଲାଗୁଛି ଯେମିତିକି ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ ।  ଏହି ଫିଲ୍ମରେ ଜନ ଅବ୍ରହାମ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌, ରକୁଳ ପ୍ରୀତ ସିଂହଙ୍କ ସମେତ ଅନେକ ବଡ ବଡ କଳାକାର ଅଛନ୍ତି ।  କାର୍ଯ୍ୟକ୍ରମ ମଝିରେ ଯେବେ ଜନଙ୍କୁ “ଦ କଶ୍ମୀର ଫାଇଲସ” ବିଷୟରେ ପ୍ରଶ୍ନ ପଚରା ଯାଇଥିଲା ସେ ସ୍ପଷ୍ଟ ଭାବେ କହିଥିଲେକି, ଏମିତି “ଘିସା- ପିଟା” ପ୍ରଶ୍ନ ବାରମ୍ବାର ପଚାରୁନ୍ତି ।

ଜନ ଏହା ମଧ୍ୟ କହିଥିଲେକି ନା ସେ ଏହି ଫିଲ୍ମ ଦେଖିଛନ୍ତି ନା ତାଙ୍କ ପାଖରେ ଏହି ଫିଲ୍ମକୁ ନେଇ କିଛି କହିବାର ଅଛି । ଆଉ ଏହା ପରେ ଜନ ସେଠାରେ ଉପସ୍ଥିତ ଥିବା ପ୍ରେସକୁ କହିଥିଲେକି ସେ ଏଠାକୁ “ଆଟାକ” ବିଷୟରେ ହିଁ କଥା ହେବାକୁ ଆସିଛନ୍ତି ।  ତେଣୁ ତାଙ୍କୁ କେବଳ ମାତ୍ର “ଆଟାକ” ବିଷୟରେ ହିଁ ପ୍ରଶ୍ନ ପଚରାଯିବା ଦରକାର ।  ଆଉ ଜନ ରାଗି ଯାଇ ସେମାନଙ୍କୁ କହିଥିଲେ ଏହି ସମୟରେ ତାଙ୍କୁ କେବଳ ଫିଲ୍ମ ସହିତ ଜଡିତ ପ୍ରଶ୍ନ ହିଁ ପଚରାଯିବା ଦରକାର ।  ସେ ଭଡକି ଉଠି ଏହା ମଧ୍ୟ କହିଥିଲେକି ଯେବେ ଆପଣ ମାନଙ୍କୁ ନ୍ୟୁଜ ଡେସ୍କ ଉପରେ ବିବାଦୀୟ ପ୍ରଶ୍ନ ପଚରା ଯାଇଥାଏ ସେବେ ଆପଣ ଆମ ପଛରେ ଆଜେବାଜେ ପ୍ରଶ୍ନ ଗୁଡିଏ ଆଣି ଲାଗିଯାନ୍ତି ।

ଏହା ପରେ ତାଙ୍କୁ “ସତ୍ୟମେଵ ଜୟତେ ୨” ପରି ଫିଲ୍ମରେ ତାଙ୍କ ଅଭିନୟକୁ ନେଇ ପ୍ରଶ୍ନ କରାଯାଇଥିଲା ।  ଆଉ ଏହି ପ୍ରଶ୍ନରେ ଅଧିକ ଭଡକୀ ଉଠିଥିଲେ ଜନ ।  ତାଙ୍କୁ ଏପରି ଅବାନ୍ତର ପ୍ରଶ୍ନ କରିଥିବା ବ୍ୟକ୍ତିଙ୍କୁ ମୁକ ବୋଲି କହିଦେଇଥିଲେ ଜନ ।  ଆଉ ନିଜ ମୁର୍ଖତାପୂର୍ଣ୍ଣ ଟିପ୍ପଣୀ ପାଇଁ ପରେ କ୍ଷମା ମଧ୍ୟ ମାଗି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.