କ୍ୟାନସର ରୋଗରୁ ଏହି ଫର୍ମୁଲା ଦେବ ଆରୋଗ୍ୟ !

ଛତିଶଗଡ଼ : ଦୁନିଆ ବଢ଼ିବା ସହ ବଢ଼ି ଚାଲିଛି ରୋଗ। ତେବେ ଏଥିମଧ୍ୟରେ ସବୁଠାରୁ ମାରାତ୍ମକ ରୋଗ ଭାବେ ଜଣାଯାଇଥାଏ କ୍ୟାନସର।ଏବେ କିନ୍ତୁ ଏହି ମାରାତ୍ମକ ରୋଗରୁ ମିଳିବ ଆରୋଗ୍ୟ। ଏହି ରୋଗରୁ ଆରୋଗ୍ୟ ପାଇଁ ଛତିଶଗଡ଼ର ଗବେଷକ ମମତା ତ୍ରିପାଠୀ ଏକ ଫର୍ମୁଲା ପ୍ରସ୍ତୁତ କରିଛନ୍ତି।

ସେ ଦାବି କରିଛନ୍ତି, ଏହା ଦ୍ୱାରା ୭୦ରୁ ୮୦ ପ୍ରତିଶତ କ୍ୟାନସର କୋଷକୁ ନଷ୍ଟ କରାଯାଇପାରିବ। ଏନେଇ ଲାବୋରେଟୋରୀରେ ପରୀକ୍ଷା କରି ସେ ସଫଳତା ପାଇଛନ୍ତି। ଏବେ ମୂଷା ଉପରେ ଏହାକୁ ପ୍ରୟୋଗ କରାଯିବ । ଏଥିପାଇଁ ସାଢେ ୪ରୁ ୫ ବର୍ଷ ସମୟ ଲାଗିବ। ତେବେ ଗବେଷଣା ପ୍ରାରମ୍ଭିକ ପ୍ରକ୍ରିୟାରେ ରହିଛି ଓ ଠିକ୍ ଦିଗରେ ଯାଉଥିବା ସେ କହିଛନ୍ତି । ଏହି ଫର୍ମୁଲାକୁ କେମୋଥେରାପିର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । କେମୋଥେରାପି ପରି ଏହା ସେତେ ଯନ୍ତ୍ରଣାଦାୟକ ହେବ ନାହିଁ ବୋଲି ମମତା ତ୍ରିପାଠୀ ଦାବି କରିଛନ୍ତି ।

Leave A Reply

Your email address will not be published.