ଏକାସଙ୍ଗେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ: ଆସନ୍ତୁ ଜାଣିବା ପେସାରେ ସେମାନେ ଥିଲେ କଣ?

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ ମିଳିଲା ନ୍ୟାୟ । ଏକାସଙ୍ଗେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ । ତିହାର ଜେଲ୍‌ର ୩ ନମ୍ବର ବାରାକ୍‌ରେ ଫାଶୀ ଦିଆଯାଇଛି । ଫାଶୀ ଖୁଣ୍ଟରେ ଝୁଲିଲେ ଅକ୍ଷୟ, ବିନୟ, ପବନ, ମୁକେଶ । ଆସନ୍ତୁ ଜାଣିବା ୪ ନିର୍ଭୟା ଦୋଷୀ ପେସାରେ କଣ ଥିଲେ ଏବଂ ଘଟଣା ଦିନ ସେ କେଉଁଠି ଥିବା ପୋଲିସକୁ କହିଥିଲେ ।

ଦୋଷୀ ନମ୍ବର(୧)- ଅକ୍ଷୟ ଠାକୁର : ଘର- ବିହାର । ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବସର ସେ ଥିଲା ହେଲପର୍‌ । ବିବାହିତ ଅକ୍ଷୟର ଗୋଟିଏ ପିଲା ଅଛି । ସେ କହିଥିଲା, ଘଟଣା ଦିନ ଦିଲ୍ଲୀରେ ନଥିଲା । ନିଜ ଗାଁ ବିହାରରେ ଥିଲା । ତା ବିରୋଧରେ ଅଭିଯୋଗ ମିଛ ।

ଦୋଷୀ ନମ୍ବର(୨)-ପଓ୍ଵନ ଗୁପ୍ତା: ୨୦୧୨ରେ ତାର ବୟସ ଥିଲା ୧୯ ବର୍ଷ । ପେଶାରେ ଜଣେ ଫଳ ବ୍ୟବସାୟୀ । ବିହାରରୁ ତାକୁ ଗିରଫ କରାଯାଇଥିଲା ।

nirvaya dosiଦୋଷୀ ନମ୍ବର(୩)- ବିନୟ ଶର୍ମା: ସହକାରୀ ଜିମ୍‌ ଇନଷ୍ଟ୍ରକ୍ଟର । ଦିଲ୍ଲୀର ରବିଦାଶ ବସ୍ତିରେ ରହୁଥିଲା । ଇଂରାଜୀ ବି କହିପାରେ । ଉତ୍ତର ପ୍ରଦେଶରୁ ତାକୁ ଗିରଫ କରିଥିଲା ପୋଲିସ । ବିନୟ କହିଥିଲା, ସେଦିନ ସେ ବସରେ ନଥିଲା ।

ଦୋଷୀ ନମ୍ବର(୪)-ମୁକେଶ ସିଂହ: ସାଉଥ୍‌ ଦିଲ୍ଲୀର ରବିଦାଶ ବସ୍ତିରେ ରହୁଥିଲା । ବସ୍‌ ଡ୍ରାଇଭର୍‌ ରାମ ସିଂର ସେ ଭାଇ। ବସ୍‌ର ସହକାରୀ ଡ୍ରାଇଭର ଥିଲା ମୁକେଶ । ତାକୁ ରାଜସ୍ଥାନରୁ ଗିରଫ କରିଥିଲା ପୋଲିସ । ମୁକେଶ କହିଥିଲା, ସେ ଦୁଷ୍କର୍ମ କରି ନଥିଲା । ବସ୍‌ ଚଳାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.