କରୋନା ମୃତ୍ୟୁରେ ଚୀନ୍‌କୁ ଟପିଲା ଇଟାଲୀ, ପ୍ରାଣ ହରାଇଲେଣି ୩୧ ହଜାର ୧୯୦ ଜଣ ଆକ୍ରାନ୍ତ

ଇଟାଲୀ: କରୋନା ଯୋଗୁ ଇଟାଲୀରେ ମୃତ୍ୟୁ ବିଭୀଷିକା । କରୋନା ମୃତ୍ୟୁରେ ଚୀନ୍‌କୁ ଟପିଛି ଇଟାଲୀ । ଇଟାଲୀରେ ୩ ହଜାର ୪୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍‌ରେ କରୋନା ମୃତ୍ୟୁ ୩ ହଜାର ୨୪୮ରେ ପହଞ୍ଚିଛି । ଇଟାଲୀରେ ୩୧ ହଜାର ୧୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୩ ଜଣ ଡାକ୍ତର ଅଛନ୍ତି ।

ITALYଇଟାଲୀରେ ଏବେ ସବୁ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ହୋଟେଲ, ରେଷ୍ଟୁରାଣ୍ଟ, ପବ୍‌, ବାର ଆଦି ବନ୍ଦ କରାଯାଇଛି । ସାଧାରଣ ଲୋକଙ୍କୁ ଘର ଭିତରେ ହଁ ରହିବାକୁ କୁହାଯାଇଛି । ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣାକୁ ଆହୁରି ବଢାଇ ଦିଆଯାଇଛି । ଏହାରି ଭିତରେ କରୋନା ଭାଇରସ୍‌ ୧୭୭ଟି ଦେଶକୁ ବ୍ୟାପିଛି । ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଛି । କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ୪୮ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.