Below header

ଅନଲାଇନ କିଣିଥିଲେ ଶାଢ଼ୀ କିନ୍ତୁ ରିଟର୍ଣ୍ଣ କରିବା ପଡିଗଲା ମହଙ୍ଗା, ଆକାଉଣ୍ଟରୁ ଲୁଟିନେଲେ ୯୯,୦୦୦ ଟଙ୍କା

ଅନଲାଇନ କିଣିଥିବା ଶାଢ଼ୀକୁ ରିଟର୍ନ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଯାଇଛି । ସାଇବର ଚୋରମାନେ ଏହି ଭେଲ ୱାର୍କରଙ୍କ ଖାତାରୁ ୯୯,୦୦୦ ଟଙ୍କା ଲୁଟି ନେଇଯାଇଛନ୍ତି । ତେବେ ଏହି ସମ୍ବନ୍ଧରେ ବ୍ୟକ୍ତି ଜଣକ କୋତବାଲି ରାଣୀପୁରରେ ଏକ ମାମଲା ରୁଜୁ କରାଇଛନ୍ତି ।

प्रतीकात्मक तस्वीर

ସୂଚନା ଅନୁଯାୟୀ ଭେଲ ସେକ୍ଟରରେ ରହୁଥିବା ମନୋଜ ଯାଦବ ନିଜ ପତ୍ନୀଙ୍କ ପାଇଁ ଅନଲାଇନରୁ ଦୁଇଟି ଶାଢ଼ୀ ଅର୍ଡର କରିଥିଲେ କିନ୍ତୁ ପତ୍ନୀଙ୍କୁ ଏହି ଶାଢ଼ୀ ପସନ୍ଦ ଆସିନଥିଲା । ସେଥିପାଇଁ ସେ ଗୁଗଲରୁ ଏହି ୱେବସାଇଟର ନମ୍ବର ଖୋଜି ତାଙ୍କ ସହିତ ସମ୍ପର୍କ କରିଥିଲେ । ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ନିଜକୁ କମ୍ପାନୀର କର୍ମଚାରୀ କହୁଥିବା ଜଣେ ବ୍ୟକ୍ତି ତାଙ୍କୁ ଗୁଗଲ ପେ ଆପରେ ଟଙ୍କା ଫେରାଇ ଦେବେ ବୋଲି ଭରସା ଦେଇଥିଲେ । ଏହାସହିତ ସେ ଏକ ଲିଙ୍କ ମେସେଜ ପଠାଇଥିଲେ ଯାହାକୁ ଟଚ କରି ତାକୁ ଅନ୍ୟ ଏକ ନମ୍ବରକୁ ଫରୱାର୍ଡ଼ କରିବା ପାଇଁ କହିଥିଲେ ।

Image result for fraud-in-the-name-of-online-shopping-refund

ତେବେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ମନୋଜ ସେହି ମେସେଜଟିକୁ କୁହାଯାଇଥିବା ନମ୍ବରକୁ ପଠାଇ ଦେଇଥିଲେ ଏବଂ ଏହାର କିଛି ସମୟ ପରେ ତାଙ୍କ ଖାତାରୁ ୯୯,୦୦୦ ଟଙ୍କା ଟ୍ରାନସଫର ହୋଇଗଲା । ତେବେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.