ନାରୀଙ୍କୁ ଦେବା ସମ୍ମାନ! ଦିଲ୍ଲୀରେ ଶିକ୍ଷାନୁଷ୍ଠାନ ଛାତ୍ର ନେବେ ଶପଥ, ଘୋଷଣା କଲେ କେଜରିୱାଲ

ମହିଳା ମାନଙ୍କ ସୁରକ୍ଷା ନେଇ ଦିଲ୍ଲୀ ସରକାର ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି । ଏହା ଅନୁସାରେ ଏଣିକି ସ୍କୁଲ ତଥା କଲେଜ ପଢୁଆ ଛାତ୍ର ମାନେ ଶପଥ ଗ୍ରହଣ କରିବେ କି ସେମାନେ କେବେ ଜୀବନରେ କୌଣସି ମହିଳାଙ୍କ ପ୍ରତି ଯେପରି ଦୁର୍ବ୍ୟବହାର ନ କରନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନୁଯାୟୀ ଏହାଦ୍ୱାରା ଛାତ୍ର ମାନଙ୍କ ଠାରେ ସମାଜ ପ୍ରତି ଥିବା ଦାୟିତ୍ୱ ବୋଧ ଜାଗ୍ରତ ହେବ । ଏହା ସହ କେଜ୍ରିୱାଲ କିଛି ଦିନ ହେବ ଅନଶନରେ ବସିଥିବା ଦିସିଡବ୍ଲ୍ୟୁର ମୁଖ୍ୟ ସ୍ଵାତି ମାଲବାଲଙ୍କୁ ନିଜ ଅନଶନ ବନ୍ଦ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ ସ୍ଵାତି ମହିଳାଙ୍କ ପ୍ରତି ବଢୁଥିବା ହିଂସାର ପ୍ରତିବାଦ କରି ଅନଶନରେ ବସିଥିଲେ ।

kejriwal

କେଜ୍ରିୱାଲଙ୍କ କହିବା ଅନୁଯାୟୀ ମହିଳାଙ୍କ ପ୍ରତି ବଢୁଥିବା ହିଂସା ପୁରୁଷ ମାନଙ୍କ ନ୍ୟୁନ ମାନସିକତାକୁ ହିଁ ସୂଚିତ କରୁଛି । ଯଦି ପ୍ରତି ଛାତ୍ରଙ୍କୁ ବେଳରୁ ଶପଥ ପାଠ କରାଯାଏ ତେବେ ସେମାନେ ଜୀବନରେ ଏପରି ଘୃନ୍ୟ କାମ କରିବାକୁ ନିହାତି ଭାବେ ପଛଘୁଞ୍ଚା ଦେବେ ବୋଲି ସେ ମତ ରଖିଛନ୍ତି । ଏହା ସେମାନଙ୍କ ସାମାଜିକ ଦାୟିତ୍ୱ ବୃଦ୍ଧିରେ ମଧ୍ୟ ବେଶ ସହାୟକ ହେବ । ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ନେଇ ଏବେ ପୁରା ଦେଶ ରେ ବିରୋଧ ପ୍ରଦର୍ଶନ ହେବାରେ ଲାଗିଛି । ଏବାବଦରେ ଭିନ୍ନ ଭିନ୍ନ ରାଜ୍ୟ ସରକାର ମଧ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ମାନ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.