Below header

୨୫ ବର୍ଷ ପୂର୍ବରୁ ମୋଦିଙ୍କ ସହ ଯାଇଥିଲେ ଆମେରିକା, ଆଜି ହେବେ କେନ୍ଦ୍ରମନ୍ତ୍ରୀ

ଚଳିତ ନିର୍ବାଚନରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି । ଅନେକ ନୂଆ ଏମପି ଏମଏଲଏ ପାଇଛି ଦେଶ । ଆଉ ନିଶ୍ଚିତ ଭାବରେ ଏହି ନୂଆ ଚେହେରାଙ୍କ ସହ ସାମ୍ନାକୁ ଆସିଛି ଅନେକ ନୂଆ କାହାଣୀ । ସେପରି ଏକ କାହାଣୀର ନାୟକ ହେଉଛନ୍ତି ଜି. କିଶନ ରେଡ୍ଡୀ । ବରିଷ୍ଠ ବିଜେପି ନେତା ତଥା ସିକନ୍ଦରାବାଦ ସାଂସଦ ଜି. କିଶନ ରେଡ୍ଡୀ । ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାରରେ ହୋଇପାରନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ କିଶନ ରେଡ୍ଡୀଙ୍କୁ ଯାଇଛି ଫୋନ୍ କଲ୍ ।

ତେଲେଙ୍ଗାନାରେ ପ୍ରଥମ ଥର ବିଜେପି ୪ଟି ଲୋକସଭା ସିଟ୍ ଜିତିଛି । ଆଉ ଏହି ୪ଟି ସିଟରେ ବିଜେପିକୁ ଜିତାଇବାରେ ବଡ ଭୂମିକା ରହିଛି ଜି. କିଶନ ରେଡ୍ଡୀଙ୍କ । ସେଥିପାଇଁ ବିଜେପି ମୁଖ୍ୟ କିଶନଙ୍କୁ ମନ୍ତ୍ରୀ ପଦ ଦେଇପାରନ୍ତି ।

kishan reddy ତେଲେଙ୍ଗାନାର ସାଧାରଣ ପରିବାରରୁ ଆସିଥିବା କିଶନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର । ସଂଘରେ ରହିଲାବେଳେ ନରେନ୍ଦ୍ର ମୋଦିଙ୍କ ସହିତ ୧୯୯୪ରେ ଆମେରିକା ଗସ୍ତରେ ଯାଇଥିଲେ କିଶନ ରେଡ୍ଡୀ । ସ୍କୁଲ ଦିନରୁ ହିଁ ଆରଏସଏସ ସହିତ ଜଡିତ ଜି. କିଶନ ରେଡ୍ଡୀ । ଏହା ପରେ ପୁଣି ୧୯୭୭ରେ ବିଜେପି କାର୍ଯ୍ୟକର୍ତ୍ତା ଭାବେ ସାମିଲ ହେଲେ ।

ଏହା ପରେ ୨୦୦୪ରେ ହିମାୟତ ନଗର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ କିଶନ । ଆଉ ବିଜୟୀ ମଧ୍ୟ ହୋଇଥିଲେ । ୨୦୦୯ ଓ ୨୦୧୪ରେ ମଧ୍ୟ ସେ ବିଜୟ ମୁକୁଟ ପିନ୍ଧିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.