Below header

ମହାରାଷ୍ଟ୍ର ପୋଲିସ ଆତଙ୍କବାଦୀ ଭାବି ଦୁଇ ବ୍ୟକ୍ତିଙ୍କୁ କଲା ଗିରଫ, ପରେ ସତ୍ୟତା ଜାଣି ଉଡିଗଲା ହୋସ୍‌

ଆତଙ୍କବାଦୀ ଉପରେ ଆଧାରିତ ଅନେକ ବଲିଉଡ଼ ଫିଲ୍ମ ଆପଣ ଦେଖିଥିବେ । ଫିଲ୍ମରେ ଅଭିନୟ କରିବା ପାଇଁ ଅଭିନେତା ମାନେ ଏକଦମ୍‌ ଆତଙ୍କବାଦୀଙ୍କ ଭଳି ବେଶଭୁଶା ହୋଇଥାନ୍ତି । କିନ୍ତୁ ନିକଟରେ ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା କୌଣସି ଫିଲ୍ମ କାହାଣୀରୁ କମ ନୁହଁ । ଯେଉଁଠାରେ ଦୁଇ ବ୍ୟକ୍ତିଙ୍କୁ ଆତଙ୍କବାଦୀ ବେଶ ଧାରଣ କରିବା ମହଙ୍ଗା ପଡିଛି। ଆତଙ୍କୀ ବେଶରେ ଥିବା ଦୁଇ ଅଭିନେତାଙ୍କୁ ପୋଲିସ ଗିରଫ କରିଥିବା ପରେ ତଦନ୍ତ ସମୟରେ ଜଣାପଡିଲା ସତ୍ୟତା ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଦୁଇ ଆତଙ୍କବାଦୀ ଥିବା ସୂଚନା ମିଳିଥିଲା। ଯାହାପରେ ସଂପୂର୍ଣ୍ଣ ଜିଲ୍ଲାରେ ଆଲାର୍ଟ ଜାରି କରାଯାଇଥିବା ବେଳେ ଆତଙ୍କବାଦୀଙ୍କ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଯେତେବେଳେ ପୋଲିସ ଆତଙ୍କବାଦୀଙ୍କୁ ଧରିଥିଲା ସେତେବେଳେ ସେମାନେ ଆତଙ୍କବାଦୀ ନୁହଁ ବରଂ ଅଭିନେତା ବୋଲି ଜଣାପଡିଥିଲା ।

terrorist

ଦୁଇଜଣ ଅଭିନେତା ଆତଙ୍କବାଦୀଙ୍କ ବେଶରେ ଥିବା କାରଣରୁ ତାଙ୍କୁ ସ୍ଥାନୀୟ ବାସିନ୍ଦା ଆତଙ୍କୀ ଭାବି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତାଙ୍କୁ ତୁରନ୍ତ ଗିରଫ କରିବା ସହ ଦୁହିଁଙ୍କୁ ପଚରାଉଚରା କରିଥିଲା। ଯେଉଁଥିରେ ସେ ଦୁହେଁ ଅଭିନେତା ଏବଂ ୟସରାଜ୍‌ ଫିଲ୍ମ ପ୍ରଡକ୍ଟସନରେ ଅଭିନୟ କରୁଥିବା ଜଣାପଡିଥିଲା। ଏହାପରେ ପୋଲିସ ଦୁହିଁଙ୍କୁ ନେଇ ୟସରାଜ ପ୍ରଡକ୍ଟସନ ହାଉସରେ ପହଞ୍ଚିଥିଲା। ଯେଉଁଠାରେ ସେମାନେ କଳାକାର ବୋଲି ପ୍ରମାଣିତ ହୋଇଥିଲା। ସେଠାରେ ସୁଟିଂ ଚାଲିଥିବା ହ୍ରିତିକ୍‌ ରୋଶନ ଏବଂ ଟାଇଗର ସର୍ଫଙ୍କ ଫିଲ୍ମରେ ଦୁହେଁ ଅଭିନୟ କରୁଥିବା ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.