Below header

ଜି-୨୦ ଶିଖର ସମ୍ମିଳନୀରେ ବାଇଡେନଙ୍କ ସହ ନୀତିଶଙ୍କୁ ଭେଟ କରାଇଲେ ମୋଦି, ବିରୋଧୀ ମହଲରେ ହଇଚଇ

ରାଜନୀତିରେ ସବୁ କିଛି ସମ୍ଭବ । କିଛି ମାସ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଆୟୋଜନରେ ମହାମେଣ୍ଟ ‘ଇଣ୍ଡିଆ’ ର ମୂଳଦୁଆ ପଡିଥିଲା । ବିରୋଧୀମାନେ ଏକାଠି ହୋଇ ବିଜେପିର ବିରୋଧରେ ବିଷ ଉଦ୍‌ଗାର କରୁଥିବା ବେଳେ ଜି-୨୦ ସମ୍ମିଳନୀରେ ମୋଦି-ନୀତିଶ ଭେଟ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।

ନୂଆଦିଲ୍ଲୀ : ରାଜନୀତିରେ ସବୁ କିଛି ସମ୍ଭବ । କିଛି ମାସ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଆୟୋଜନରେ ମହାମେଣ୍ଟ ‘ଇଣ୍ଡିଆ’ ର ମୂଳଦୁଆ ପଡିଥିଲା । ବିରୋଧୀମାନେ ଏକାଠି ହୋଇ ବିଜେପିର ବିରୋଧରେ ବିଷ ଉଦ୍‌ଗାର କରୁଥିବା ବେଳେ ଜି-୨୦ ସମ୍ମିଳନୀରେ ମୋଦି-ନୀତିଶ ଭେଟ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଏହାକୁ ନେଇ ବିରୋଧୀ ଶିବିରରେ ଭାଳେଣୀ ପଡିଛି । ଜି-୨୦ ସମ୍ମିଳନୀ ଡିନର ପାର୍ଟିରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ହେଲେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେବଳ ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଲେ ଆଉ କେହି ଯୋଗ ଦେଇ ନଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଥିରେ ଯୋଗ ଦେଇଥବା ଦେଖାଯାଇଥିଲା । ସବୁଠୁ ବଡ଼ କଥା ହେଲା ମେଣ୍ଟ ଗଠନ ହେବା ମାହୋଲ ସୃଷ୍ଟି ହେବା ଦିନ ଠାରୁ ନୀତିଶ ଓ ମୋଦିଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇ ନଥିଲା । ଖାଲି ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ମଧ୍ୟ କଥା କଟାକଟି ହୋଇଥିଲା ।

ତେବେ ପ୍ରଥମ ଥର ପାଇଁ ଜି-୨୦ ସମ୍ମିଳନୀରେ ମୋଦି-ନୀତିଶଙ୍କୁ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହ ସାକ୍ଷାତ କରାଇବା ପରେ ଏହାକୁ ନେଇ ରାଜନୀତିରେ ବଡ଼ ଚର୍ଚ୍ଚା ଚାଲିଛି । ମୋଦିଙ୍କ ସହ ନୀତିଶ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ରାଷ୍ଟପତି ବାଇଡେନଙ୍କ ଫଟୋ ପ୍ରକାଶ ପାଇବା ପରେ ରାଜନୈତିକ ବାଖ୍ୟାକାରମାନେ ବିଭିନ୍ନ ସମ୍ଭାବନାକୁ ନେଇ ଆଲୋଚନା କରୁଛନ୍ତି । ହୁଏତ ଆଗାମୀରେ ନୀତିଶ ମହାମେଣ୍ଟ ଛାଡି ମୋଦିଙ୍କୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.