ବରଗଡ଼ ସୋହିଲାରେ ପୁରା ପରିବାର ବିଷ ପିଇବା ଘଟଣା: ପୁଅ ଓ ଝିଅ ମୃତ, ମାଆ ଗୁରୁତର

ଘରର ମୁରବୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପୂରା ପରିବାର। ଆଜି ଅର୍ଜୁନଙ୍କ ସ୍ତ୍ରୀ, ପୁଅ ଓ ଝିଅ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ଘର କବାଟ ଭାଙ୍ଗି ଘର ଭିତରେ ପଶି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସହେଲା ତାପରେ ବରଗଡ଼କୁ ଆଣିଥିଲେ l

ବରଗଡ଼(କେନ୍ୟୁଜ୍):  ବିଷ ପିଇ ପୁଅ ଓ ଝିଅ ମୃତ । ମାଆ ଗୁରୁତର । ବରଗଡ ଜିଲ୍ଲା ସୋହେଲା ମାଷ୍ଟରପଡ଼ାରେ ଆଜି ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନୀ, ପୁଅ ବଂଶୀଧର ଓ ବିବାହିତା ଝିଅ ସୁବର୍ଣ୍ଣ ମହାଜନ କୀଟନାଶକ ପିଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଖି ବୁଜିଛନ୍ତି । ସୁବର୍ଣ୍ଣଙ୍କ ଏକ ୩ ବର୍ଷୀୟ ଶିଶୁ କନ୍ୟା ଅଛନ୍ତି । ବିଷ ପିଇ ଗୁରୁତର ଥିବା ମାଆ କୁମୁଦିନୀ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଅର୍ଜୁନ ସାହୁଙ୍କ ର ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିଲା । ଘରର ମୁରବୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପୂରା ପରିବାର। ଆଜି ଅର୍ଜୁନଙ୍କ ସ୍ତ୍ରୀ, ପୁଅ ଓ ଝିଅ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ଘର କବାଟ ଭାଙ୍ଗି ଘର ଭିତରେ ପଶି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସହେଲା ତାପରେ ବରଗଡ଼କୁ ଆଣିଥିଲେ l ବରଗଡ଼ରେ ଝିଅର ମୃତ୍ୟୁ ହେଲା। ଅବସ୍ଥା ସଂକଟପନ୍ନ ହେବାରୁ ମା-ଝିଅଙ୍କୁ ବୁର୍ଲା ମେଡିକାଲକୁ ରେଫର କରାଯାଇଥିଲା। ହେଲେ ବୁର୍ଲା ପହଞ୍ଚିବା ପୂର୍ବରୁ ପୁଅ ର ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ଘଟରଣା ର ତଦନ୍ତ ଜାରି ରହିଛି। ଗୋଟିଏ ପରିବାର ପ୍ରାୟ ନିଶ୍ଚିହ୍ନ ହୋଇଛି। କେବଳ ରହି ଯାଇଛି ଜଣେ ତିନି ବର୍ଷର ଶିଶୁ କନ୍ୟା। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.