କୋଲକାତାରେ ଆରମ୍ଭ ହୋଇଛି ଗଙ୍ଗାସାଗର ମେଳା: ଆସନ୍ତାକାଲି ସକାଳ ୬ଟାରୁ ୧୫ ପର୍ଯ୍ୟନ୍ତ ରହିଛି ପୂଣ୍ୟ ବୁଡ଼ ଓ ସ୍ନାନ ଲଗ୍ନ

କୋଲକାତା: କୋଲକାତାରେ ଆରମ୍ଭ ହୋଇଛି ଗଙ୍ଗାସାଗର ମେଳା । ଆସନ୍ତା ୧୪ ତାରିଖ ସକାଳ ୬ଟାରୁ ୧୫ ପର୍ଯ୍ୟନ୍ତ ପୂଣ୍ୟ ବୁଡ଼ ଓ ସ୍ନାନ ଲଗ୍ନ ରହିଛି । ଆଜି ସକାଳୁ ବହୁ ପୁଣ୍ୟାର୍ଥୀ ବୁଡ ପକାଇଛନ୍ତି। ତେବେ କରୋନା ପାଇଁ ମେଳା ଉପରେ ନିୟନ୍ତ୍ରଣ ଜାରି ହୋଇଛି ।

ସାଧୁସନ୍ଥମାନେ ଆସିଥିବା ବେଳେ ଶ୍ରଦ୍ଧାଳୁଙ୍କ ଆଗମନ କମ ରହିଛି । ଏଥର ବୁଡ଼ ବଦଳରେ ଗଙ୍ଗାସାଗର ଜଳ ସିଂଚନରେ ବିଧି ରକ୍ଷା ହେବ । ସେଥିପାଇଁ ପ୍ରଶାସନିକ କଟକଣା କଠୋର କରାଯାଇଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗରରେ ପହଞ୍ଚିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.