ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ, ଆଜି ପ୍ରତିନିଧି ସଭାରେ ହୋଇପାରେ ମତଦାନ

ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ତାଙ୍କୁ ପଦଚ୍ୟୁତ କରିବା ପାଇଁ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି । ସମ୍ବିଧାନର ୨୫ ତମ ସଂଶୋଧନ ବଳରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବ ଉପରେ ଆଜି ପ୍ରତିନିଧି ସଭାରେ ଭୋଟ୍‌ ଗ୍ରହଣ କରାଯାଇପାରେ ।

ହାଉସ୍‌ ଡେମୋକ୍ରାଟ୍ସ ମଧ୍ୟ ଭୋଟ୍‌ ଦେବାକୁ ଯୋଜନା କରିଛି । କ୍ୟାପିଟଲ ବିଲଡିଂ ହିଂସା ପରେ ଆମେରିକାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ବାଚସ୍ପତି ନାନ୍ସି ପାଲୋସିଙ୍କ ସହ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସି ମଧ୍ୟ ଟ୍ରମ୍ପଙ୍କୁ ତୁରନ୍ତ କ୍ଷମତାଚ୍ୟୁତ କରିବା ପାଇଁ ଦାବି କରି ଆସୁଛନ୍ତି । କ୍ୟାପିଟଲ୍‌ ହିଂସାର ତଦନ୍ତ ଜାରି ରହିଥିବାରୁ ଆଇନଶୃଙ୍ଖଳାକାରୀ ସଂସ୍ଥା ଅଧିକ ସତର୍କ ରହିଛନ୍ତି ।

ଆମେରିକାର ବିଭିନ୍ନ ସ୍ଥାନରେ ସଶସ୍ତ୍ର ବିରୋଧ ଯୋଜନା କରାଯାଉଛି ବୋଲି FBI ପକ୍ଷରୁ ଚେତାବନି ଦିଆଯାଇଛି । ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନୂଆ ଧମକ ବିରୋଧରେ ସୂଚନା ଦିଆଯାଇଛି । ଟ୍ରମ୍ପ ରାଷ୍ଟ୍ରପତି ପଦରୁ ବିଦା ହେଲେ ମାଇକ୍‌ ପେନ୍ସି ସ୍ୱଳ୍ପ ସମୟ ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.