Below header

ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ବର୍ତ୍ତମାନ ଓ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ତଲବ । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ପ୍ରସ୍ତାବ ଉପରେ ସରକାର ପରବର୍ତ୍ତୀ ଶୁଣାଣିରେ ଜବାବ ରଖିବେ । ଫେବୃଆରୀ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ । ଏହା ସହିତ ୧୧ଟି ଜେଏମ୍‌ଏଫ୍‌ସି କୋର୍ଟ ମଧ୍ୟ ସ୍ଥାପନ ହେବ । ଏହି ଅଦାଲତ ପାଇଁ ବିଲ୍ଡିଂ ଓ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବା ପାଇଁ ଆକ୍ସନ ପ୍ଲାନ କରି ସାରିଛନ୍ତି ।

ତିନୋଟି ରାଜସ୍ୱ ଡିଭିଜନ ଅଧୀନରେ ଏହି ତିନିଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ହେବ । ଜିଲ୍ଲା ଜଜ୍‌ କ୍ୟାଡରର ବିଚାରପତି ଏହି ତିନିଟି ସ୍ୱତନ୍ତ୍ର ଅଦାଲତରେ ରହିବେ । ଏହାସହ ଓଡିଶାକୁ ୧୦ଟି ଜୋନ କରି ୧୧ଟି ଜେଏମ୍‌ଏଫ୍‌ସି କିମ୍ବା ସିଭିଲ ଜଜ କ୍ୟାଡରର ଜୁଡିସିଆଲ ଅଫିସର ରହିବେ । ବିଧାୟକ ଓ ସାଂସଦଙ୍କ ନାଁରେ ରାଜ୍ୟରେ ୪୪୫ଟି ଅପରାଧିକ ମାମଲା ବିଚାରଧୀନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.