ଜେଲ ଭିତରେ ରହି ଜନ୍ମଦିନ ପାଳନର ଫେସବୁକ ଲାଇଭ ଭିଡିଓ କଲା ପଞ୍ଜାବର ଏହି ଗ୍ୟାଙ୍ଗଷ୍ଟାର, ଏବେ ଭୟ ଘାରିଛି ଫେକ ଏନକାଉଣ୍ଟରର

କେନ୍ୟୁଜ୍(ବ୍ୟୁରୋ): ଜେଲ ଭିତରେ ଅପରାଧିର  ଫେସବୁକ ଲାଇଭ । ବହୁ ଜାକଜମକରେ ନିଜର ଜନ୍ମଦିନ  ପାଳନ କରିଛି ପଞ୍ଜାବର କୁଖ୍ୟାତ ଗ୍ୟାଙ୍ଗଷ୍ଟାର । ଯାହାର ପ୍ରତ୍ୟକଟି ଦୃଶ୍ୟକୁ ଫେସବୁକ ଲାଇଭ ମଧ୍ୟମରେ ସୋସିଆଲ ମିଡିଆରେ ପ୍ରଚାର କରିଛି ଏହି ଗ୍ୟାଙ୍ଗଷ୍ଟାର ଜଗୁ ଭଗବାନପୁରିୟା । ଜେଲ ଭିତରେ  ମୋବାଇଲରର କାର୍ଯ୍ୟକାରିତା  କୌଣସି ନୂଆ କଥା ନୁହେଁ । କିନ୍ତୁ  ଅପରାଧି ଜଗତରେ ଜଗୁ ଭଗବାନ ପୁରିୟାର ନାମ ଏବେ ବଡ ଚର୍ଚ୍ଚାର ବିଷୟ ପାଲଟିଛି। ବିକି  ଗୌଣ୍ଡାରର ଏନକାଉଣ୍ଟର ପରେ ଜଗୁ ନିଜର  ପ୍ରଭାବ ପଞ୍ଜାବରେ ବଢାଇଦେଇଥିଲା।

Related image

ଜେଲରେ ପାଳନ  କରାଯାଇଥିବା  ବାର୍ଥ ଡେ ପାର୍ଟି ପରେ ପଞ୍ଜାବ ରାଜନୀତି ହୋଇ ଯାଇଥିଲା ଗରମ। ଅକାଳି ଦଳ ନେତା ମଜେଠିୟା  ଜେଲ ମନ୍ତ୍ରୀ ରଙ୍ଘବା ଉପରେ ଭଗବାନପୁରିୟାରକୁ  ସୁରକ୍ଷା ଦେଉଥିବାର  ଓ  ଭଗବାନପୁରିୟା  ମଜେଠିୟାକୁ ଜୀବନରୁ  ମରିଦେବାକୁ ଧମକ  ଦେଇଥିବାର  ଅଭିଯାଗ ଲଗାଇଥିଲେ । ସେପଟେ ଜେଲ ମନ୍ତ୍ରୀ  ଗଣମାଧ୍ୟମ  ସମ୍ମୁଖରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଖୋଦ ମଜେଠିୟା ହିଁ  ଗ୍ୟାଙ୍ଗଷ୍ଟାର ଭଗବାନପୁରିୟାକୁ ସୁରକ୍ଷା ଦେଉଛନ୍ତି । କିନ୍ତୁ ଗ୍ୟାଙ୍ଗଷ୍ଟାରକୁ ନେଇ ଆରେପ ପତ୍ୟରୋପ  ପ୍ରମାଣ କରୁଛି ଯେ କେଉଁଠି ନା  କେଉଁଠି ଭବବାନପୁରିୟାର ଦବଦବାକୁ ବଳବତ୍ତର ରଖିବାପାଇଁ କିଛି  ରାଜନୈତିକ ଲୋକଙ୍କ  ହାତ ରହିଥିବାର ସମ୍ଭାବନା  ରହିଛି।

Image result for bhagwanpuria gangster birthday celebration make facebook live in jail

କିଛି  ବର୍ଷ ପୂର୍ବେ ପଞ୍ଜାବରେ ଭୟର ଦ୍ବିତୀୟ ନାମ ଥିଲା ଗ୍ୟାଙ୍ଗଷ୍ଟାର ସୁକ୍ଖା କାହଲବାଂ ଓ  ବିକି ଗୌଣ୍ଡର ।  ଯାହାଙ୍କୁ  ପ୍ରୋତ୍ସାହନ ଦେଇ ଆସୁଥିଲେ  କିଛି ରାଜନେତା।  ଏହି କଥାର ଖୋଲାସା ଉକ୍ତ ଗ୍ୟାଙ୍ଗଷ୍ଟାରର ପରିବାର ଲୋକ ଗଣମାଧ୍ୟମ ଆଗରେ କରିଥିଲେ। କୁହାଯାଉଥିଲା ଭଗବାନପୁରିୟାର ଅତି ଘନିଷ୍ଠ ସହଯୋଗ ଥିଲା। କାହଲବାଂ ମରିଯିବା ପରେ  ଗୌଣ୍ଡାର ଗ୍ୟାଙ୍ଗ ଭଗବାନପୁରିୟାକୁ ମାରିଦେବାକୁ ପୁରା ଉଦ୍ୟମ କରିଥିଲା । ଏହି ଗ୍ୟାଙ୍ଗ  ୱାରରେ ଭଗବାନପୁରିୟାର  କିଛି  ଲୋକ ଗୌଣ୍ଡର ଗ୍ୟାଙ୍ଗକୁ ମୃତ୍ୟୁର ଘାଟିରେ ଶୁଆଇ ଦେଉଥିଲା । ପୋଲିସ  ଦ୍ବାରା କରାଯାଇଥିବା ଗୌଣ୍ଡାରକୁ ଏନକାଉଣ୍ଟର ପରେ ପଞ୍ଜାବରେ ନିଜର ଦବଦବା ଜାହିର କରିଥିଲା ଗ୍ୟାଙ୍ଗଷ୍ଟାର ଭଗବାନପୁରିୟା।

Image result for bhagwanpuria gangster birthday celebration make facebook live in jail

ଭଗବାନପୁରିୟାର  ବାର୍ଥ ଡେ ପାର୍ଟିର  ଫେସବୁକ ଲାଇଭ ହେବା ପରେ ମିଥ୍ୟା ଏନକାଂଉଣ୍ଟର ଆଶଙ୍କା ଜାହିର  କରିଥିଲା। ଏଥିପାଇଁ  ହାଇକୋର୍ଟରକୁ ଅପିଲ କରି କହିଛି  ଅମୃତସର ଜେଲକୁ ସିଫ୍ଟ କରିବା ପାଇଁ । ଏହି ମାମଲାରେ କୋର୍ଟ ଆସନ୍ତା ୨୧ ଜାନୁଆରୀରେ ରାୟ ଶୁଣାଇବେ ବୋଲି ଜଣାପଡିଛି।

 

Related image

ଭଗବାନପୁରିୟା  କବାଡ଼ି ଖେଳର ଇଭେଣ୍ଟକୁ କଣ୍ଟ୍ରୋଲ କରିବା ପ୍ରାୟାସ କରୁଥିବାର ଅଭିଯୋଗ ଆସିଛି। ଏହିଭଳି ଏକ ମାମଲାରେ ନର୍ଥ ଇଣ୍ଡିଆ ସର୍କଲ ଷ୍ଟାଇଲ କବାଡି ଫେଡେରେସନ ପଞ୍ଜାବର ଡି.ଜି.ପିଙ୍କୁ ଭଗବାନପୁରିୟା ବିରୋଧରେ ଅଭିଯୋଗ କରି କହିଥିଲେ ଯେ  ଭଗବାନପୁରିୟା  ଡଗ୍ସ ଟଙ୍କାକୁ ବ୍ୟବହାର କରି କବାଡିର ବ୍ୟବହାର କରିବା ପାଇଁ ଚେଷ୍ଟା ଚଳାଇଛି।  ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.