Below header

ଗଙ୍ଗୋତ୍ରୀ ଧାମର କପାଟ ବନ୍ଦ, ୬ ମାସ ବାପଘରେ ପୂଜା ପାଇବେ ମା’ ଗଙ୍ଗା; ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କଲେ ଦର୍ଶନ

ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମର କପାଟ ଶୀତକାଳ ପାଇଁ ବନ୍ଦ ହୋଇଛି। ଅନ୍ନକୂଟର ପବିତ୍ର ପର୍ବରେ ଅଭିଜିତ୍ ମୂହୁର୍ତ୍ତର ଶୁଭ ବେଳା ଆଜି ସକାଳ ୧୧ଟା ୪୫ ମିନିଟ୍‌ରେ ଗଙ୍ଗୋତ୍ରୀ ଧାମର କପାଟକୁ ବନ୍ଦ କରି ଦିଆଯାଇଛି। ଏହି ସମୟରେ ପୂରା ଧାମ ମା’ ଗଙ୍ଗାଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ବର୍ତ୍ତମାନ ୬ ମାସ ପର୍ଯ୍ୟନ୍ତ ମା’ ଗଙ୍ଗାଙ୍କ ଦର୍ଶନ ମୁଖବା ଗାଁରେ ହେବ।

କପାଟ ବନ୍ଦ ହେବା ପରେ ମା’ ଗଙ୍ଗାଙ୍କ ଉତ୍ସବ ଡୋଲି ନିଜ ମାତୃ ଘର ମୁଖିମଠ ମୁଖବା ଅଭିମୁଖେ ପ୍ରସ୍ଥାନ କରିଛି। ଭୈରୋଘାଟିସ୍ଥିତ ଦେବୀ ମନ୍ଦିରରେ ରାତ୍ରିଯାପନ ହେବ। ଆସନ୍ତାକାଲି ଭାଇଦୂଜ ପର୍ବରେ ଉତ୍ସବ ଡୋଲି ମା’ଙ୍କ ମାତୃ ଘରେ ପହଞ୍ଚିବ। ଏଠାରେ ମା’ଙ୍କୁ ଗ୍ରାମବାସୀ ଝିଅ ପରି ସ୍ୱାଗତ କରିବେ। ଶୀତକାଳ ୬ ମାସ ପାଇଁ ଗଙ୍ଗା ମା’ଙ୍କ ପୂଜା ମୁଖବାସ୍ଥିତ ଗଙ୍ଗା ମନ୍ଦିରରେ ହେବ।

ଏଥର ଚାରିଧାମ ଯାତ୍ରା ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଧାମ ଯାତ୍ରାରେ ୫୫.୬୫ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଗଙ୍ଗୋତ୍ରୀ ଧାମରେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମା’ ଗଙ୍ଗାଙ୍କ ଦର୍ଶନ କରିଛନ୍ତି। ସୂଚନାଥାଉ କି, ନଭେମ୍ବର ୧୫ରେ ଯମୁନୋତ୍ରୀ ଏବଂ କେଦାରନାଥ ଧାମର କପାଟ ବନ୍ଦ ହେବ। ଏହିପରି ନଭେମ୍ବର ୧୮ରେ ବଦ୍ରିନାଥଙ୍କ ଦ୍ୱାର ଶୀତକାଳ ପାଇଁ ବନ୍ଦ କରାଯିବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.