ଭାରତ- ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ୍, ସଚିନଙ୍କ ସହିତ ବସି ଦେଖିବେ
ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ ବେକହାମ୍ ଆସିବେ । ବେକହମ୍ ଓ୍ଵାଙ୍ଖଡେରେ ସଚିନଙ୍କ ସହିତ ବସି ମ୍ୟାଚ ଦେଖିବେ ବୋଲି ସୂଚନା ମିଳିଛି ।

ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ ବେକହାମ୍ ଆସିବେ । ବେକହମ୍ ଓ୍ଵାଙ୍ଖଡେରେ ସଚିନଙ୍କ ସହିତ ବସି ମ୍ୟାଚ ଦେଖିବେ ବୋଲି ସୂଚନା ମିଳିଛି ।
ମାଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଡ୍ରିଡର ପୂର୍ବ ଷ୍ଟାରଙ୍କ ଫ୍ୟାନ୍ ଫଲୋଇଂ ଭାରତରେ ବହୁତ ରହିଛି । ତେଣୁ ଓ୍ଵାଙ୍ଖଡେରେ ବସି ମ୍ୟାଚ ଦେଖିବା ଫ୍ୟାନ୍ସଙ୍କ ପାଇଁ ଉତ୍ସାହଭରା ରହିବ । ସେ ୟୁନିସେଫର ଗୁଡଓ୍ଵିଲର ଆମ୍ବାସାଡର ଭାବେ ଓ୍ଵାଙ୍ଖଡେରେ ଉପସ୍ଥିତ ରହିବେ । ତେଣୁ ସଚିନଙ୍କ ସହିତ ଷ୍ଟାଡିୟମରେ ବସି ମ୍ୟାଚର ମଜା ନେବେ ।
ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ଓ୍ଵାଙ୍ଖଡେରେ ଦ୍ୱିପ୍ରହର ୨ଟାରେ ମ୍ୟାଚ୍ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ବିଶ୍ୱକପରେ ଅପରାଜେୟ ରହିଛି । ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଟିମ୍ ଭାରତକୁ ଅନେକ ମ୍ୟାଚରେ ହରାଇଛି । ତେଣୁ ସେମିଫାଇନାଲ ମ୍ୟାଚ୍ରେ କଡ଼ା ଟକ୍କର ହେବ । ବିଶ୍ୱକପ ସେମିଫାଇନାଲ ପାଇଁ ଟିକେଟ ଦାମ୍ ମଧ୍ୟ ଆକାଶଛୁଆଁ ହୋଇଛି । ଟିକେଟ ଦାମ୍ ଲକ୍ଷେ ପରେ ପହଞ୍ଚିଥିବା ଖବର ମିଳିଛି ।
We are delighted to welcome UNICEF Goodwill Ambassador David Beckham to India⚽️🇮🇳.
— UNICEF India (@UNICEFIndia) November 13, 2023