Below header

କରମଣ୍ଡଳ ଦୁର୍ଘଟଣାରେ ଗୌତମ ଅଦାନୀଙ୍କ ବଡ଼ ଘୋଷଣା, ଗ୍ରହଣ କରିବେ ମୃତକଙ୍କ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଗୌତମ ଅଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ଅଦାନୀ ଗ୍ରୁପ୍ ଗ୍ରହଣ କରିବ।

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଗୌତମ ଅଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ଅଦାନୀ ଗ୍ରୁପ୍ ଗ୍ରହଣ କରିବ।

କହି ରଖୁଛୁ ଯେ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଶିଶୁ, ବୃଦ୍ଧଙ୍କ ସମେତ ଅନେକ ଲୋକ ଅଛନ୍ତି। ଏହି ରେଳ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହାରି ଭିତରେ ଗୌତମ ଅଦାନୀଙ୍କର ଏହି ଘୋଷଣା ମୃତକଙ୍କ ପିଲାମାନଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି।

ଅରବପତି ବିଜନେସ୍‌ମ୍ୟାନ ଗୌତମ ଅଦାନୀ ରବିବାର ଟ୍ୱିଟ୍ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖି ଅଛନ୍ତି। ଲୋକଙ୍କ ଦୁଃଖକୁ କିଛି ମାତ୍ରାରେ ଲାଘବ କରିବା ପାଇଁ ଅଦାନୀ ଗ୍ରୁପ୍ ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କର ପାଠପଢ଼ା ଦାୟିତ୍ୱ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି।

ଅଦାନୀ ଆହୁରି କହିଛନ୍ତି କି, ପୀଡ଼ିତ ଓ ସେମାନଙ୍କ ପରିବାରକୁ ସାହସ ଦେବା ଏବଂ ପିଲାମାନଙ୍କ ଭବିଷ୍ୟତ କିପରି ଭଲ ହେବ, ତାହା ଆମ ସମସ୍ତଙ୍କର ଦାୟିତ୍ୱ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.