ଆଇନ୍ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା GEV ମେମୋରିଆଲ ମେରିଟ୍ ସ୍କଲାରସିପ୍, ମିଳିବ ୨ ଲକ୍ଷ ଟଙ୍କା

ଆଇନ୍ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଆରମ୍ଭ ହୋଇଛି ସ୍କଲାରସିପ୍। ଜିଇଭି ସ୍କଲାରସିପ୍ ଫଣ୍ଡ୍ ଟ୍ରଷ୍ଟ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ୍ କିମ୍ବା ପୋଷ୍ଟ ଗ୍ରାଜୁଏଟ୍ ଲେବଲର ଆଇନ୍ ପଢ଼ୁଥିବା ଛାତ୍ରଛାତ୍ରୀ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଆର୍ଥିକ ଭାବେ ଦୁର୍ବଳ ପରିବାରର ମେଧାବୀ ଛାତ୍ରଛାତ୍ରୀ, ଯିଏ ଆଇନ୍ରେ ଉଚ୍ଚ ଶିକ୍ଷା କରିବାକୁ ଇଚ୍ଛୁକ ସେମାନଙ୍କ ପାଇଁ ଏହି ସ୍କଲାରସିପ୍ ଉଦ୍ଦିଷ୍ଟ। ଭାରତର ଯେକୌଣସି ଇନ୍ଷ୍ଟିଚ୍ୟୁଟ୍ରେ ଏଲ୍ଏଲ୍ବି କିମ୍ବା ଏଲ୍ଏଲ୍ଏମ୍ କରୁଥିବା ଛାତ୍ର ଛାତ୍ରୀ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ।
ଏହି ସ୍କଲାରସିପ୍ ପାଇଁ କେବଳ ଭାରତୀୟ ଛାତ୍ରଛାତ୍ରୀ ହିଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ଏଲ୍ଏଲ୍ବି କିମ୍ବା ଏଲ୍ଏଲ୍ଏମ୍ର ଯେକୌଣସି ବର୍ଷରେ ପଢ଼ୁଥିବା ଆବଶ୍ୟକ। ଏହି ସ୍କଲାରସିପ୍ ପାଇଁ CLAT, LSAT-India, AILET ପାଇଁ ଆବେଦନ କରିଥିବା ପ୍ରାର୍ଥୀ ମଧ୍ୟ ଆପ୍ଲାଏ କରିପାରିବେ। ଆବେଦନ କରୁଥିବା ପ୍ରାର୍ଥୀ ମାଟ୍ରିକ ଓ ଦ୍ୱାଦଶରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ଏଥିସହ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ରୋଜଗାର ୧୦ ଲକ୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ଏହି ସ୍କଲାରସିପ୍ ପାଇଥିବା ପ୍ରାର୍ଥୀ ତାଙ୍କ ପର ବର୍ଷ ପିଲାଙ୍କୁ ଏହି ସ୍କଲାରସିପ୍ ପାଇଁ ଉତ୍ସାହିତ କରିବାକୁ ଇଚ୍ଛା ରଖୁଥିବା ଆବଶ୍ୟକ।
ଏହି ସ୍କଲାରସିପ୍ ପାଇବାକୁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ବାର୍ଷିକ ୫୦,୦୦୦ରୁ ୨,୦୦,୦୦୦ ଟଙ୍କା ମିଳିବ। ଏହି ସ୍କଲାରସିପ୍ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ଜୁନ୍ ୨୦୨୨। ପ୍ରାର୍ଥୀ କେବଳ ଅନ୍ଲାଇନ୍ ମାଧ୍ୟମରେ ହିଁ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ।
ସ୍କଲାରସିପ୍ ନାମ:
GEV ମେମୋରିଆଲ ମେରିଟ୍ ସ୍କଲାରସିପ୍
ଯୋଗ୍ୟତା:
- ପ୍ରାର୍ଥୀ ଭାରତୀୟ ହୋଇଥିବା ଆବଶ୍ୟକ।
- ଛାତ୍ରଛାତ୍ରୀ ଏଲ୍ଏଲ୍ବି କିମ୍ବା ଏଲ୍ଏଲ୍ଏମ୍ର ଯେକୌଣସି ବର୍ଷରେ ପଢ଼ୁଥିବା ଆବଶ୍ୟକ।
- CLAT, LSAT-India, AILET ପାଇଁ ଆବେଦନ କରିଥିବା ପ୍ରାର୍ଥୀ ମଧ୍ୟ ଆପ୍ଲାଏ କରିପାରିବେ।
- ଆବେଦନ କରୁଥିବା ପ୍ରାର୍ଥୀ ମାଟ୍ରିକ ଓ ଦ୍ୱାଦଶରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
- ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ରୋଜଗାର ୧୦ ଲକ୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।
- ଏହି ସ୍କଲାରସିପ୍ ପାଇଥିବା ପ୍ରାର୍ଥୀ ତାଙ୍କ ପର ବର୍ଷ ପିଲାଙ୍କୁ ଏହି ସ୍କଲାରସିପ୍ ପାଇଁ ଉତ୍ସାହିତ କରିବାକୁ ଇଚ୍ଛା ରଖୁଥିବା ଆବଶ୍ୟକ।
ମିଳିବ ଏହି ସୁବିଧା:
ବାର୍ଷିକ ୫୦,୦୦୦ରୁ ୨,୦୦,୦୦୦ ଟଙ୍କା
ଆବେଦନ ଶେଷ:
୩୦ ଜୁନ୍ ୨୦୨୨
ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍ସାଇଟ୍ https://www.buddy4study.com/page/gev-memorial-merit-scholarship-for-law-studentsକୁ ଯାଆନ୍ତୁ।