ସଙ୍କଟରେ ଆଫଗାନ୍‌ସ୍ତାନ, ଗଜନି ସହରକୁ ଦଖଲ କଲା ତାଲିବାନ

କାବୁଲ :  ଆଫଗାନସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଦଖଲ କରିଛି ତାଲିବାନ । ଇତିମଧ୍ୟରେ ତାଲିବାନର ଯୋଦ୍ଧାମାନେ ୧୦ ଟି ରାଜ୍ୟର ରାଜାଧାନୀକୁ ଅକ୍ତିଆର କରିସାରିଲେଣି । ଆମେରିକାର ଗୁଇନ୍ଦା ସଂସ୍ଥା ଏ ସମ୍ପର୍କରେ ଗତକାଲି ସୂଚନା ଦେଇଥିଲା ଯେ ୯୦ ଦିନ ମଧ୍ୟରେ କାବୁଲ ତାଲିବାନ ଅଧୀନକୁ ଚାଲିଯିବ ।

ଗଜନି ତାଲିବାନ ଅଧୀନକୁ ଯିବା ପରେ କାବୁଲ ପତନ ଏକରକମ ନିଶ୍ଚିତ ହୋଇଯାଇଛି । ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସବୁ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବାର ଅଳ୍ପ କିଛି ଦିନ ମଧ୍ୟରେ କାବୁଲକୁ ତାଲିବାନ ଅଧିକାର କରିନେବ ବୋଲି ସାମରିକ ବିଶେଷଜ୍ଞମାନେ ମତଦେଇଥିଲେ । ଯାହା ଆଗରୁ ବିଶେଷଜ୍ଞମାନେ କହିଥିଲେ ତାହା ସତ୍ୟ ହେଲା ।

ଆଫଗାନ ସରକାର କାବୁଲକୁ ବଞ୍ଚାଇବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟ ଅଞ୍ଚଳରୁ ସେନା ଆଣି କାବୁଲରେ ମୁତୟନ କରାଯାଇଛି । ତେବେ ଦେଶର ଏପରି ସ୍ଥିତି ଦେଖି ହଜାର ହଜାର ଲୋକେ ଦେଶ ଛାଡ଼ି ଚାଲିଯାଉଥିବା ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.