Below header

ଗାନ୍ଧୀ ଶାନ୍ତି ପୁରସ୍କାର ସହିତ ୧ କୋଟି ଟଙ୍କା ନେବନାହିଁ ଗୀତାପ୍ରେସ୍‌; ସଂସ୍ଥା କହିଲା, ‘ସମ୍ମାନ ନେବୁ, ଧନରାଶି ନୁହେଁ’

ଗୀତାପ୍ରେସ୍‌ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ୧ କୋଟି ଟଙ୍କା ଧନରାଶି ଗ୍ରହଣ କରିବାକୁ ମନା କରି ଦେଇଛି। ଟ୍ରଷ୍ଟିମାନଙ୍କ କହିବା ହେଲା, ଗୀତାପ୍ରେସ୍‌ କୌଣସି ପ୍ରକାର ଦାନ ନିଏନାହିଁ।

ଗୀତାପ୍ରେସ୍‌ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ୧ କୋଟି ଟଙ୍କା ଧନରାଶି ଗ୍ରହଣ କରିବାକୁ ମନା କରି ଦେଇଛି। ଟ୍ରଷ୍ଟିମାନଙ୍କ କହିବା ହେଲା, ଗୀତାପ୍ରେସ୍‌ କୌଣସି ପ୍ରକାର ଦାନ ନିଏନାହିଁ। ଏଥିପାଇଁ ଗୀତାପ୍ରେସ୍‌ ଟ୍ରଷ୍ଟ କୌଣସି ଅନୁଦାନ କିମ୍ବା ପୁରସ୍କାର ରାଶି ଗ୍ରହଣ କରିବ ନାହିଁ।

ଗୀତାପ୍ରେସ୍‌ର ପ୍ରବନ୍ଧକ ଡ. ଲାଲମଣି ତିୱାରୀ କହିଛନ୍ତି, ଗୀତାପ୍ରେସ ପ୍ରତିଷ୍ଠା ସମୟରେ ହିଁ ଏହାର ପ୍ରତିଷ୍ଠାତା ସେଠଜୀ ଜୟଦୟାଲ ଗୋୟନ୍ଦକା ନିଷ୍ପତ୍ତି ନେଇଥିଲେ ଯେ ଏହି ପ୍ରେସକୁ ସଞ୍ଚାଳନ କରିବା ପାଇଁ କୌଣସି ବି ପ୍ରକାରର ସହଯୋଗ କିମ୍ବା ଚାନ୍ଦା ନିଆଯିବ ନାହିଁ। ଏଥିପାଇଁ ଗୀତାପ୍ରେସ୍ କୌଣସି ଅନୁଦାନ କିମ୍ବା ପୁରସ୍କାର ଧନରାଶି ସ୍ୱୀକାର କରେ ନାହିଁ। ପ୍ରେସ୍ ଗାନ୍ଧୀ ଶାନ୍ତି ସମ୍ମାନର ଧନରାଶି ନେବନାହିଁ, କିନ୍ତୁ ସମ୍ମାନ ଆନନ୍ଦର ସହ ସ୍ୱୀକାର କରିବ।

କହି ରଖୁଛୁ, ସଂସ୍କୃତି ମନ୍ତ୍ରାଳୟ ଘୋଷଣା କରିଛି ଯେ ଗୋରଖପୁରର ଗୀତାପ୍ରେସକୁ ‘ଗାନ୍ଧୀ ଶାନ୍ତି ପୁରସ୍କାର-୨୦୨୧’ ପ୍ରଦାନ କରାଯିବ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୀତାପ୍ରେସକୁ ୨୦୨୧ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାପ୍ରେସକୁ ଏହି ପୁରସ୍କାର ପ୍ରଦାନ କରାଯିବ।

୧୯୨୩ ମସିହାରେ ପ୍ରତିଷ୍ଠିତ ଗୀତାପ୍ରେସ୍‌ ବିଶ୍ୱର ସବୁଠୁ ବଡ଼ ପ୍ରକାଶକ ମଧ୍ୟରୁ ଅନ୍ୟତମ, ଯିଏ ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରିଛି। ସେଥିମଧ୍ୟରେ ୧୬.୨୧ କୋଟି ଶ୍ରୀମଦ୍ ଭଗବତ୍‌ ଗୀତା ରହିଛି। ସଂସ୍ଥା ରାଜସ୍ୱ ପାଇଁ କେବେ ବି ପ୍ରକାଶନଗୁଡ଼ିକରେ ବିଜ୍ଞାପନ ଛାପି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.