ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେବେ ମହାପ୍ରଭୁ, ସମସ୍ତ ପ୍ରସ୍ତୁତି ଶେଷ, ଜାଣନ୍ତୁ କେତେବେଳେ ହେବ କୋରାପୁଟ ରଥଯାତ୍ରା

କୋରାପୁଟ ଶାବର ଶ୍ରୀକ୍ଷେତ୍ରକୁ ପବିତ୍ର କରିଛନ୍ତି ମହାବାହୁ

କୋରାପୁଟ (କେନ୍ୟୁଜ୍‌) : ଇଏ ଲୀଳାମୟ ଠାକୁର । କେଉଁଠି କେମିତି ଲୀଳାଖେଳା କରିଛନ୍ତି ତାର ହିସାବ ନାହିଁ । ସେହିଭଳି କୋରାପୁଟ ଶାବର ଶ୍ରୀକ୍ଷେତ୍ରକୁ ପବିତ୍ର କରିଛନ୍ତି ମହାବାହୁ । ଏଠି ମଧ୍ୟ ହେଉଛି ଶ୍ରୀକ୍ଷେତ୍ର ପୁରୀ ଭଳି ରଥଯାତ୍ରା । ରଥ ଓ ପଥ ସମସ୍ତେ ପ୍ରସ୍ତୁତ ସ୍ୱାଗତ କରିବା ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ । ତିନି ରଥକୁ ପ୍ରସ୍ତୁତ କରି ରଖାଯାଇଛି । ମହାପ୍ରଭୁଙ୍କର ନବ ଯୌବନ ଦର୍ଶନ ସରିଛି । ରଥ ପ୍ରତିଷ୍ଠା କାର୍ଯ୍ଯ ସରିବା ପରେ ରଥରେ ପାର୍ଶ୍ଵ ଦେବାଦେବୀ ଓ ନେତ ସ୍ଥାପନ କରାଯାଇଛି । କାଲି ମନ୍ଦିରରୁ ବାହାରି ରଥରେ ବସିବେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ।

ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଶାବର ଶ୍ରୀକ୍ଷେତ୍ରରେ ରଥ ଯାତ୍ରାକୁ ଅର୍ଦ୍ଧଶତାବ୍ଦୀ ବା ୫୦ ବର୍ଷ ପୂରଣ ହୋଇ ୫୧ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷର ରଥ ଯାତ୍ରାକୁ ଦେଖିବା ଓ ସାମିଲ ହେବାକୁ ଭକ୍ତ ଓ ଶ୍ରଦ୍ଧାଳୁ ବଡ ଆବେଗର ସହ ଅପେକ୍ଷା କରିଛନ୍ତି । ରଥ ଯାତ୍ରାରେ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

KPT-2

ଶାବର ଶ୍ରୀକ୍ଷେତ୍ରର ନୀତି ନିର୍ଘଣ୍ଟ
————————-

୧-୨୦ ତାରିଖ ମଙ୍ଗଳବାର ସକାଳ ୮ଟା ୪୫ ମିନିଟ୍‌ରୁ ୮ଟା ୫୫ ମଧ୍ୟରେ
ବିଶୁଦ୍ଧ କର୍କଟ ଲଗ୍ନରେ ମା ବିମଳାଙ୍କ ଠାରୁ ଆଜ୍ଞାମାଳ ଭୀକ୍ଷା
୨- ୯ଟା ୩୦ରେ ମଙ୍ଗଳାରୋପଣ
୩-୧୦ଟା ୩୦ରେ ଠାକୁରମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ
୪-ରଥରେ ଛେରାପହଁରା, ଭୋଗଲାଗି, ଗ୍ରାମନାୟକମାନଙ୍କୁ ଶିରିପା ବନ୍ଧନ ଆଦି କର୍ମମାନ ସମାପନ ହେବ
୫-ଦିନ ୧୨ଟା ୩୦ମିନିଟ୍‌ରୁ ରଥଟଣା ଆରମ୍ଭ
୬- ରାତି ୮ଟା ୩୦ରୁ ୮ଟା ୫୦ ମଧ୍ୟରେବିଶୁଦ୍ଧ ମକର ଲଗ୍ନରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ହେବେ ।
୭- ପରେ ଠାକୁରମାନଙ୍କର ବେଶ, ନୀତି ଓ ପୂଜା ଆଦି ହେବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.