ପ୍ରସିଦ୍ଧ ଟାଇମ୍‌ ପତ୍ରିକାରେ ପ୍ରଥମ କିଡ ଅଫ୍‌ ଦ ଇୟର ଟାଇଟଲ ଜିତିଲେ ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ

କେନ୍ୟୁଜ ବ୍ୟୁରୋ : ପ୍ରସିଦ୍ଧ ଟାଇମ୍‌ ପତ୍ରିକାରେ ପ୍ରଥମ କିଡ ଅଫ୍‌ ଦ ଇୟର ଟାଇଟଲ ଗୀତାଞ୍ଜଳି ରାଓଙ୍କୁ ମିଳିଛି । ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ହେଉଛନ୍ତି ଗୀତାଞ୍ଜଳି । ଗୀତାଞ୍ଜଳିକୁ ମାତ୍ର ୧୫ ବର୍ଷ । ତାଙ୍କ ପାଖରେ ଥିବା ଅବିଶ୍ୱସନୀୟ ଦକ୍ଷତାକୁ ଦୃଷ୍ଟିରେ ରଖି ଟାଇମ ମାଗାଜିନ୍‌ ତାଙ୍କର ଫୁଲ ଫଟୋକୁ କଭର ପେଜରେ ସ୍ଥାନିତ କରିଛି । ମାତ୍ର ୧୫ ବର୍ଷ ବୟସରେ ନିଜ ଦକ୍ଷତା ବଳରେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ।

ସେ ଜଣେ କୁନି ବୈଜ୍ଞାନିକ ଓ ଉଦ୍ଭାବକ । ହଲିଉଡ ସୁପରଷ୍ଟାର ତଥା ଏକାଡେମି ପୁରସ୍କାର ପ୍ରାପ୍ତ ଆଞ୍ଜେଲିନା ଜୁଲି ଟାଇମ ମାଗାଜିନ୍‌ ପାଇଁ ଗୀତାଞ୍ଜଳିଙ୍କ ସାକ୍ଷାତକାର ନେଇଥିଲେ । ଏହା ଜୁମ୍‌ ଦ୍ୱାରା ଆୟୋଜିତ ହୋଇଥିଲା । ଆଞ୍ଜେଲିନା ଶରଣାର୍ଥୀଙ୍କ ପାଇଁ ମିଳିତ ଜାତିସଂଘର ହାଇକମିଶନର ଭାବେ କାର୍ଯ୍ୟ କରୁଛନ୍ତି । ଟାଇମ ମାଗାଜିନ୍‌ ପ୍ରଥମ ଥର ପାଇଁ କିଡ ଅଫ ଦି ଇୟର ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଥିଲା । ୫ ହଜାର ପ୍ରାର୍ଥୀଙ୍କ ମଧ୍ୟରୁ ଗୀତାଞ୍ଜଳିଙ୍କୁ ଚୟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.