ମୋବାଇଲରେ ଗପି ଗପି ସାପ ଉପରେ ବସିଗଲେ ମହିଳା, ଜାଣନ୍ତୁ ପରେ ହେଲା କଣ
ଗୋରଖପୁର: ମୋବାଇଲରେ ଗପିବା ହେଲା କାଳ। ସ୍ୱାମୀଙ୍କ ସହ ଫୋନରେ ଗପି ଗପି ଜଣେ ମହିଳା କେତେବେଳେ ଯେ ସାପ ଉପରେ ବସିପଡିଲେ ତାହା ଜାଣିପାରିନଥିଲେ। ଖଟ ଉପରେ ଦୁଇଟି ସାପ ଥିବା ବେଳେ ରାତିରେ ମହିଳା ଜଣକ ଦେଖିନପାରି ଫୋନରେ କଥା ହେଉ ହେଉ ବସି ପଡିଥିଲେ। ଫଳରେ ସାପ ତାଙ୍କୁ କାମୁଡି ଦେଇଥିଲେ। ପରିବାର ଲୋକେ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୋରଖପୁରରେ।
ଉତ୍ତର ପ୍ରଦେଶଜେ ଗୋରଖପୁର ଗଗହା ଅନ୍ତର୍ଗତ ରିୟାଭର ବାସନ୍ଦା ଜୟସିଂହ ଯାଦବ ଥାଇଲାଣ୍ଡରେ କାମ କରନ୍ତି। ତେବେ ରାତିରେ ସେ ପତ୍ନୀ ଗୀତାଙ୍କୁ ଫୋନ୍ କରି କଥା ହେଉଥିଲେ। ପତି-ପତ୍ନୀ ପରସ୍ପର କଥା ହେବାରେ ଏମିତି ମଜ୍ଜି ଯାଇଥିଲେ ଯେ ମହିଳା ଜଣକ ବିଛଣାରେ ପୂର୍ବରୁ ଥିବା ସାପ ଉପରେ ବସିପଡିଥିଲେ। ଫଳରେ ସାପ ଗୀତାଙ୍କୁ କାମୁଡି ଦେଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଘରକୁ ଫେରିବା ପରେ ବିଛଣାରେ ସାପ ଦ୍ୱୟଙ୍କୁ ଦେଖି ପିଟି ପିଟି ମାରିଦେଇଥିଲେ।
ଏହାସହ ପଢନ୍ତୁ: କୁଳଭୂଷଣଙ୍କ ପୁନଶ୍ଚ କାଉନ୍ସିଲ୍ ପାଇଁ ମନା କଲା ପାକିସ୍ତାନ