ଆଜିଠାରୁ ଶସ୍ତା ହେବ ଟମାଟୋ, ଜାଣନ୍ତୁ କିଲୋ ପ୍ରତି କେତେ ରହିଛି ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଦର ଡାଏରୀ ଠାରୁ ଟମାଟୋର ଦର ଆଜିଠାରୁ ପ୍ରତି କିଲୋଗ୍ରାମରୁ ୨ ରୁ ୩ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି। ଦିଲ୍ଲୀବାସିଙ୍କୁ ଟମାଟର ଦରରୁ ମୁକ୍ତି କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିସହ ହରଡ ଡାଲିର ଦାମ୍ ମଧ୍ୟ ସ୍ଥିର କରାଯାଇଛି।
ମଦର ଡାଏରୀ ବର୍ତ୍ତମାନ ନିଜର ଦୋକାନରେ ତିନି ପ୍ରକାର ଟମାଟ ବିକ୍ରି କରୁଛନ୍ତି। ଏହାର ମୂଲ୍ୟ କିଲୋ ପ୍ରତି ୩୦ ଟଙ୍କାରୁ ଆରମ୍ଭ କରି ୫୫ ଟଙ୍କା ରହିଛି। ରିପୋର୍ଟ ଅନୁଯାୟୀ ଦିଲ୍ଲୀ-ଏନସିଆରରେ ପାଖାପାଖି ୪୦୦ ସଫଳ ଷ୍ଟୋର ରହିଛି। ଏହା ବ୍ୟତୀତ ମଦର ଡାଏରୀ, କେନ୍ଦ୍ରିୟ ଭଣ୍ଡାର ଏବଂ ଭାରତୀୟ ରାଷ୍ଟ୍ରିୟ ଉପଭୋକ୍ତା ସହକାରୀ ସଂଘ ଠାରୁ ହରଡ ଡାଲିକୁ ମଧ୍ୟ ୮୦ ରୁ ୮୫ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି କରିବା ପାଇଁ କୁହାଯାଇଛି।
ଉପଭୋକ୍ତା ବ୍ୟାପାର ସଚ୍ଚିବ ଅବିନାଶ କେ. ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରମୁଖ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ସମୀକ୍ଷା କରାଯିବା ପରେ ଏହା ସ୍ଥିର କରାଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଟମାଟୋ ଏବଂ ଡାଲିକୁ ନେଇ ଦୁଇ ରୁ ତିନଟି ନିର୍ଣ୍ନୟ କରାଯାଇଛି। ମଦର ଡାଏରୀକୁ ତିନି ପ୍ରକାର ଟମାଟୋର ମୂଲ୍ୟ ଆଜିଠାରୁ ଦୁଇ ରୁ ତିନି ଟଙ୍କା ପ୍ରତି କିଲୋଗ୍ରାମ ପ୍ରତି କମ କରିବା ପାଇଁ ନିର୍ଦେଶ ଜାରି ହୋଇଛି। ସେହିଭଳି କେନ୍ଦ୍ର ସରକାର ଆଗାମୀ କିଛି ଦିନ ମଧ୍ୟରେ ଦିଲ୍ଲୀରେ ହାଇବ୍ରିଡ୍ ଟମାଟୋର ଅପୂର୍ତି ବଢାଇବା ପାଇଁ ସ୍ଥିର କରାଯାଇଛି। ହାଇବ୍ରିଡ୍ ଟମାଟୋ ଭଲ ହେବା ସହ ଏହାର ଅଧିକ ସ୍ତର ବା ମାତ୍ରା ରହିଛି।