ମାଗଣାରେ ଆଧାର ଅପଡେଟ କରିବାର ଶେଷ ତାରିଖକୁ ୩ ମାସ ବଢ଼ାଇଲେ ସରକାର, ଜାଣନ୍ତୁ କେମିତି କରିବେ ଅପଡେଟ୍‌

UIDAI ତରଫରୁ ମାଗଣା ଆଧାର ଅପଡେଟ କରିବାର ଶେଷ ତାରିଖକୁ ଆସନ୍ତା ୩ ମାସ ପାଇଁ ବଢ଼ାଇ ଦିଆଯାଇଛି । ଏବେ କୌଣସି ବ୍ୟକ୍ତି ୧୪ ସେପ୍ଟେମ୍ବର ୨୦୨୩ ମଧ୍ୟରେ ମାଗଣାରେ ଆଧାର ଅପଡେଟ କରିପାରିବେ ।

ନୂଆଦିଲ୍ଲୀ : UIDAI ତରଫରୁ ମାଗଣା ଆଧାର ଅପଡେଟ କରିବାର ଶେଷ ତାରିଖକୁ ଆସନ୍ତା ୩ ମାସ ପାଇଁ ବଢ଼ାଇ ଦିଆଯାଇଛି । ଏବେ କୌଣସି ବ୍ୟକ୍ତି ୧୪ ସେପ୍ଟେମ୍ବର ୨୦୨୩ ମଧ୍ୟରେ ମାଗଣାରେ ଆଧାର ଅପଡେଟ କରିପାରିବେ । ଏହା ପୂର୍ବରୁ ନିଶୁଳ୍କ ଆଧାର ଅପଡେଟର ଶେଷ ସମୟ ୧୪ ଜୁନ ୨୦୨୩ ଥିଲା ।

କ’ଣ ସବୁ କରିପାରିବେ ଅପଡେଟ୍‌ :

UIDAI ତରଫରୁ ଦିଆଯାଇଥିବା ସୂଚାନ ଅନୁସାରେ ଆପଣ ନିଜର ନାମ, ଠିକଣା, ଜନ୍ମ ବିବରଣୀ ଓ ଜନ୍ମ ତିଥି ଆଦି ପରିବର୍ତ୍ତନ କରିପାରିବେ । ଏଥିପାଇଁ ଅନଲାଇନ୍‌ ବା ନିକଟତମ ଆଧାର ସେଣ୍ଟର ଯାଇ ଆପଣଙ୍କ ଆଧାର ଅପଡେଟ କରିବାକୁ ହେବ ।

ସମସ୍ତ ଲୋକଙ୍କୁ ପ୍ରତି ୧୦ ବର୍ଷରେ ଆଧାର ଅପଡେଟ କରିବା ଅନିର୍ବାଯ୍ୟ ଅଟେ ବୋଲି କୁହାଯାଇଛି । ଯଦି କାହାର ଆଧାର କାର୍ଡ ୧୦ ବର୍ଷ ପୂର୍ବରୁ ହୋଇଛି ଓ ଏହା ଏଯାଏ ଅପଡେଟ ହୋଇନାହିଁ, ସେମାନେ ଆଧାରକାର୍ଡ ଅପଡେଟ କରିବା ଦରକାର । ଏଥିପାଇଁ ୧୫ ମାର୍ଚ୍ଚରୁ ଏକ କମ୍ପାନୀକୁ ନିୟୋଜିତ କରାଯାଇଛି, ଯାହା ସହଯୋଗରେ ନିଶୁଳ୍କ ଆଧାର କାର୍ଡ ଅପଡେଟ କରିପାରିବେ ।

ଅନଲାଇନ ଆଧାର ଅପଡେଟ କରିବାର ପ୍ରୋସେସ :

– ପ୍ରଥମେ ଅଫିସିଆଲ େଓ୍ଵବସାଇଟ https://myaadhaar.uidai.gov.in/ କୁ ଯାଆନ୍ତୁ ।

– ଏବେ େଓ୍ଵବସାଇଟରେ ଲଗ ଇନ କରନ୍ତୁ ।

– ଏବେ ନାମ, ଲିଙ୍ଗ, ଜନ୍ମତିଥି ଓ ଠିକଣା ଯାହା ଅପଡେଟ କରିବାର ଅଛି, ସେଥିରୁ ଏକ ଅପସନ ବାଛନ୍ତୁ ।

– ଏହାପରେ ଆଧାର କାର୍ଡକୁ ଅପଡେଟ କରନ୍ତୁ ।

– ଠିକଣା ଅପଡେଟ କରିବାର ଅଛି ତ ‘ଆଡ୍ରେସ ଅପଡେଟ ’ବାଛନ୍ତୁ, ପ୍ରୋସିଡ ଟୁ ଅପଡେଟ ଉପରେ କ୍ଲିକ କରନ୍ତୁ ।

– ଏହାପରେ ଆଡ୍ରେସ ପ୍ରମାଣ ସବମିଟ କରନ୍ତୁ ।

– ଏବେ ଆପଣଙ୍କ ଆପ୍ଲିକେସନ ନମ୍ବର ଜେନେରେଟ ହୋଇଯିବ, ଯେଉଁଥିରେ ଆପଣ ଆପଣଙ୍କ ଆବେଦନକୁ ଟ୍ରାକ୍‌ କରିପାରିବେ ।

ଏହାଛଡ଼ା ଆପଣ ନିକଟତମ ଆଧାର ସେଣ୍ଟରକୁ ଯାଇ ନିଶୁଳ୍କ ଆଧାର କାର୍ଡ ଅପଡେଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.