Below header

ସରକାରଙ୍କ ବଡ ଘୋଷଣା: ମାସ୍କ ଏବଂ ସାନିଟାଇଜର୍‌ର ମୂଲ୍ୟ ବଢାଇଲେ ନିଆଯିବ ବଡ କାର୍ଯ୍ୟାନୁଷ୍ଠାନ

ଅଧିକାଂଶ ସମୟରେ ଦେଖାଯାଇଥାଏ ଯଦି କୌଣସି ଜିନିଷ ଅଧିକ ବିକ୍ରି ହୋଇଥାଏ ତେବେ ଲୋକମାନେ ତା’ର ମୂଲ୍ୟ ବୃଦ୍ଧି କରି ବିକ୍ରି କରିଥାନ୍ତି। ଏଭଳି କିଛି ବର୍ତ୍ତମାନ କରୋନାରୁ ଦୂରେଇ ରହିବା ପାଇଁ ଅଧିକାଂଶ ଦୋକାନୀ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ବୃଦ୍ଧି କରି ବିକ୍ରି କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହି କଳା ବଜାରି ଦେଖିବା ପରେ ସାନିଟାଇଜର ଏବଂ ମାସ୍କକୁ ‘ଆବଶ୍ୟକୀୟ ବସ୍ତୁ’ ଘୋଷଣା କରିଛନ୍ତି।

VIRUSସୂଚନା ମୁତାବକ ସରକାରଙ୍କ ଦ୍ୱାରା ଆସନ୍ତା ୩୦ ଜୁନ୍‌ ପର୍ଯ୍ୟନ୍ତ ଏହି ଦୁଇଟି ଜିନିଷକୁ ଆବଶ୍ୟକୀୟ ବସ୍ତୁ ଘୋଷଣା କରାଯାଇଛି। ଆସନ୍ତା ୩୦ ଜୁନ୍‌ ପର୍ଯ୍ୟନ୍ତ ଦେଶରେ ବିକ୍ରି କରାଯାଉଥିବା ଖାସ୍‌ ଜିନିଷ ଲିଷ୍ଟରେ ଏହି ଦୁଇଟି ଜିିନିଷ ରହିବ ଏବଂ ଏହାର ମୂଲ୍ୟ ବୃଦ୍ଧି କରି ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଘୋଷିତ କରାଯାଇଛି।

ରିପୋର୍ଟ ଅନୁଯାୟୀ ବାରମ୍ବାର ସାନିଟାଇଜର ଏବଂ ମାସ୍କର ଦାମ ବଢିବାକୁ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ କହିବାନୁଯାୟୀ ଯେଉଁ ଦୋକାନୀ ଏହାର ମୂଲ୍ୟ ବଢାଇ ବିକ୍ରି କରିବେ ସେମାନଙ୍କ ବିରୁଧରେ ବହୁତ ଜଲଦି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

handsanitizerସୂଚନା ମୁତାବକ କରୋନାର ପ୍ରଭାବ ଦେଶରେ ବ୍ୟାପିବା ପରଠାରୁ ମାତ୍ର ୧୦ ଟଙ୍କାରେ ବିକ୍ରି କରାଯାଉଥିବା ମାସ୍କର ମୂଲ୍ୟ ୪୦ ରୁ ୫୦ ଟଙ୍କା ହୋଇଯାଇଛି। ସେହିଭଳି N 95 ମାସ୍କର ମୂଲ୍ୟ ୧୫୦ ଟଙ୍କା ବଦଳରେ ୫୦୦ ଟଙ୍କା କରିଦିଆଯାଇଛି। କିନ୍ତୁ ସାନିଟାଇଜରର ମୂଲ୍ୟ ବୃଦ୍ଧି କରିବା ନେଇ କିଛି ଖାସ୍‌ ଖବର ସାମ୍ନାକୁ ଆସିନାହିଁ। କିନ୍ତୁ ଯଦି କୌଣସି ଦୋକାନୀ ବର୍ତ୍ତମାନ ଏହି ଜିନିଷର ମୂଲ୍ୟ ବଢାଇ ବିକ୍ରି କରନ୍ତି ତେବେ ସେମାନଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.