ସିନ୍ଦୂରଦାନ ପରେ ଇଞ୍ଜିନିୟର ବରର ହୃଦ୍‌ଘାତରେ ମୃତ୍ୟୁ, ବେହୋସ୍‌ ହେଲା କନ୍ୟା

ବିହାରର ଭାଗଲପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠି କନ୍ୟାର ମଥାରେ ସିନ୍ଦୂର ଦେବା ପରେ ହୃଦ୍‌ଘାତରେ ବରର ମୃତ୍ୟୁ ହୋଇଛି। ସେପଟେ ସ୍ୱାମୀର ମୃତ୍ୟୁ ଖବର ଶୁଣି କନ୍ୟା ବେହୋସ୍‌ ହୋଇପଡ଼ିଛି।

ବିହାରର ଭାଗଲପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠି କନ୍ୟାର ମଥାରେ ସିନ୍ଦୂର ଦେବା ପରେ ହୃଦ୍‌ଘାତରେ ବରର ମୃତ୍ୟୁ ହୋଇଛି। ସେପଟେ ସ୍ୱାମୀର ମୃତ୍ୟୁ ଖବର ଶୁଣି କନ୍ୟା ବେହୋସ୍‌ ହୋଇପଡ଼ିଛି। କୁହାଯାଉଛି ଯେ ବିବାହ ପୂର୍ବରୁ ମଧ୍ୟ ମେ’ ୨ରେ ବର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ଝାଡ଼ଖଣ୍ଡର ପଶ୍ଚିମ ସିଂଭୂମିର ଭିନିତ୍‌ ଓ ଭାଗଲପୁରର ଆୟୁଷୀଙ୍କର ମେ’ ୩ରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। ଭିନିତ୍‌ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଥିଲେ ଏବଂ ଆୟୁଷୀ ମଧ୍ୟ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରୁଛନ୍ତି।

ଧାର୍ଯ୍ୟ ତାରିଖ ଅନୁସାରେ ଭିନିତ୍‌ ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲେ। ଜୟମାଳା, ଫଟୋ ସେସନ ସହିତ ଅନ୍ୟାନ୍ୟ ରୀତିନୀତି କରାଯାଇଥିଲା। ମେ’ ୪ ସକାଳେ ସିନ୍ଦୂରଦାନ ସମ୍ପନ୍ନ ହୋଇଥିଲା। ଏହାପରେ ଭିନିତ୍‌ ବାଥ୍‌ରୁମ ଯାଇଥିଲେ। ଯେମିତି ସେଠୁ ଆସିଥିଲେ, ତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠି ନ ଥିଲେ।

ଏହାପରେ ପରିବାର ଲୋକେ ଭିନିତ୍‌ଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଯାଞ୍ଚ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ମୁତାବକ, ଭିନିତ୍‌ଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ମେ’ ୨ରେ ବି ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସମସ୍ତେ ଏହାକୁ ଗ୍ୟାସ୍‌ଜନିତ ଯନ୍ତ୍ରଣା ବୋଲି ଭାବିଥିଲେ ଏବଂ ଏକ ଟ୍ୟାବ୍‌ଲେଟ ଖାଇବା ପରେ ତାଙ୍କୁ ଆରାମ ମଧ୍ୟ ମିଳିଥିଲା। ଏଥିପାଇଁ କେହି ଅଧିକ ଧ୍ୟାନ ଦେଇ ନ ଥିଲେ। ସେପଟେ ଘଟଣା ପରଠାରୁ ବରକନ୍ୟାଙ୍କ ପରିବାର ଶୋକରେ ଅଛନ୍ତି।