ଜମି ବିବାଦରୁ ଗୁଳିମାଡ଼ରେ ଟଳିପଡିଲେ ୬ ଜଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଆଜି ବିବାଦ ତୀବ୍ର ହେବା ପରେ ଗୋଟିଏ ପରିବାରର ଜଣେ ଅନ୍ୟ ପରିବାରର ସଦସ୍ୟଙ୍କୁ ଆଖିବୁଜା ଗୁଳିମାରିଥିଲା। ଏଥିରେ ତିନିଜଣ ମହିଳା ଓ ତିନିଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି। ଗୁଳିମାଡ଼ ପରେ ଗାଁରେ ଉତ୍ତେଜନା ଦେଖାଯାଇଛି।
କେନ୍ୟୁଜ୍(ବ୍ୟୁରୋ): ଜମି ବିବାଦରୁ ଗୁଳିମାଡ଼ରେ ୬ମୃତ। ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଦିନ ଦ୍ୱିପହରରେ ଗୁଳିମାଡ଼। ଲେପା ଗାଁରେ ଦୁଇ ପରିବାର ମଧ୍ୟରେ ଜମିବିବାଦକୁ ନେଇ ଶତ୍ରୁତା ରହିଥିଲା। ଆଜି ବିବାଦ ତୀବ୍ର ହେବା ପରେ ଗୋଟିଏ ପରିବାରର ଜଣେ ଅନ୍ୟ ପରିବାରର ସଦସ୍ୟଙ୍କୁ ଆଖିବୁଜା ଗୁଳିମାରିଥିଲା। ଏଥିରେ ତିନିଜଣ ମହିଳା ଓ ତିନିଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି। ଗୁଳିମାଡ଼ ପରେ ଗାଁରେ ଉତ୍ତେଜନା ଦେଖାଯାଇଛି। ଗୁଳିମାଡ଼ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲେପା ଗାଁର ଧୀର ସିଂ ଓ ଗଜେନ୍ଦ୍ର ସିଂ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଜମିଜମା ବିବାଦ ଲାଗି ରହିଥିଲା।
BIG BREAKING –
एमपी के मुरैना में पुरानी रंजिश को लेकर हमला
एक ही परिवार के पिता-पुत्र सहित छह की मौत
तीन महिलाओं सहित चार लोग हुए गंभीर घायल, गाँव में पहुँचा पुलिस बल !प्रत्यक्षदर्शियों ने बनाया वीडियो घटना के बाद हुआ वायरल 😔#BreakingNews #Muraina #Murena #MadhyaPradesh pic.twitter.com/D2By27SFtk
— Brij Bhushan Singh (Proudy) (@JayHindJyBharaT) May 5, 2023
୨୦୧୩ରେ ଧୀର ସିଂଙ୍କ ପରିବାରର ୨ଜଣ ସଦସ୍ୟଙ୍କ ହତ୍ୟା ହୋଇଥିଲା। ହତ୍ୟାର ଅଭିଯୋଗ ଗଜେନ୍ଦ୍ର ସିଂଙ୍କ ପରିବାର ଉପରେ ଲାଗିଥିଲା। ମାମଲା କୋର୍ଟରେ ଥିବା ବେଳେ ଦୁଇ ପରିବାର ମଧ୍ୟରେ ସାମାଜିକ ସ୍ତରରେ ବୁଝାମଣା ହୋଇଥିଲା। ଆଜି ସକାଳେ କିନ୍ତୁ ବିବାଦ ଉଗ୍ର ହେବା ପରେ ଧୀର ସିଂଙ୍କ ପରିବାର ଗଜେନ୍ଦ୍ରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ଦୁଇ ପରିବାର ମଧ୍ୟରେ ଠେଙ୍ଗାବାଡ଼ିରେ ମାଡ଼ପିଟ ହୋଇଥିଲା। ଏହା ପରେ ଧୀର ସିଂଙ୍କ ପରିବାରର ଦୁଇ ସଦସ୍ୟ ଗୁଳିଚାଳନା କରିଥିଲେ। ଏଥିରେ ଗଜେନ୍ଦ୍ର ସିଂଙ୍କ ପରିବାରର ୬ଜଣଙ୍କ ମୃତ୍ୟୁ ଘଟିଛି। ଗାଁରେ ବ୍ୟାପକ ପୋଲିସ ମୁତୟନ ଆରମ୍ଭ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।.