ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କୀ ହମ୍‌ଲା, ୫ ଯବାନ ସହିଦ

ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କୀ ହମ୍‌ଲା। ଏଥିରେ ସହିଦ ହୋଇଛନ୍ତି ୫ ଯବାନ। ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟରରେ ଏ ପର୍ଯ୍ୟନ୍ତ ୫ ଯବାନଙ୍କର ମୃତ୍ୟୁ ହୋଇଛି।

ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କୀ ହମ୍‌ଲା। ଏଥିରେ ସହିଦ ହୋଇଛନ୍ତି ୫ ଯବାନ। ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟରରେ ଏ ପର୍ଯ୍ୟନ୍ତ ୫ ଯବାନ ସହିଦ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୩ ଯବାନଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ୨ ଯବାନ ସହିଦ ହୋଇଥିଲେ।

ସେନା କହିଛି ଯେ ରାଜୌରୀ ସେକ୍ଟରରେ ଚାଲିଥିବା ଅପରେସନରେ ଗୁରୁତର ଭାବେ ଆହତ ହୋଇଥିବା ୩ ଯବାନ ଦୁର୍ଭାଗ୍ୟବଶତଃ ଆଖି ବୁଜିଛନ୍ତି। ଏବେ ମଧ୍ୟ ଅପରେସନ ଜାରି ରହିଛି।

ସେନା କହିଛି ଯେ ଜମ୍ମୁ ଅଞ୍ଚଳର ଭାଟା ଧୁରିଅନର ତୋତା ଗଳି ଅଞ୍ଚଳରେ ସେନାର ଏକ ଟ୍ରକ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଭାରତୀୟ ସେନା ନିରନ୍ତର ଅଭିଯାନ ଚଳାଇଛି। ରାଜୌରୀ ସେକ୍ଟରର କଣ୍ଡୀ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମେ’ ୩ରେ ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା।

ମେ’ ୫ ସକାଳ ପ୍ରାୟ ସାଢ଼େ ୭ଟାରେ ଏକ ସର୍ଚ୍ଚ ଦଳ ଗୁମ୍ଫାରେ ପଶି ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲା ଏବଂ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଏକ ବିସ୍ଫୋଟକ ଛାଡ଼ିଥିଲେ, ଯେଉଁଥିରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଆହତ ହୋଇଥିଲେ ଏବଂ ୨ ଯବାନ ସହିଦ ହୋଇଥିଲେ। ଆହତମାନଙ୍କୁ ଉଧମପୁରର କମାଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଯବାନ ଆଖି ବୁଜିଥିଲେ। ଆଖପାଖ ଅଞ୍ଚଳରୁ ଅତିରିକ୍ତ ଦଳକୁ ଏନକାଉଣ୍ଟର ସ୍ଥଳକୁ ପଠାଯାଇଛି।