ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ ପୂର୍ବରୁ ୨୦୦ କୋଟି ଦାନ କଲେ ଦମ୍ପତି

ସଂସାର ତୁଛ ଲାଗିଲା । ଏବେ ମୋକ୍ଷ ସନ୍ଧାନରେ ଯିବେ । ସନ୍ନ୍ୟାସ ଗ୍ରହଣ ପୂର୍ବରୁ ୨୦୦ କୋଟି ଦାନ କରିଦେଲେ ଗୁଜରାଟ ଦମ୍ପତି । ଏହି ବ୍ୟବସାୟୀ ଦମ୍ପତି ହେଉଛନ୍ତି ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ । ଏମାନେ ଜୈନ ଧର୍ମରେ ଦିକ୍ଷିତ । ଗତ ଫେବ୍ରୁଆରୀରେ ଏକ ଉତ୍ସବ ଅବସରରେ ସେ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେଇଥିଲେ । ୪ କିଲୋମିଟରର ଏକ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ଅବସରରେ ସେ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେଇଥିଲେ ।

ସଂସାର ତୁଛ ଲାଗିଲା । ଏବେ ମୋକ୍ଷ ସନ୍ଧାନରେ ଯିବେ । ସନ୍ନ୍ୟାସ ଗ୍ରହଣ ପୂର୍ବରୁ ୨୦୦ କୋଟି ଦାନ କରିଦେଲେ ଗୁଜରାଟ ଦମ୍ପତି । ଏହି ବ୍ୟବସାୟୀ ଦମ୍ପତି ହେଉଛନ୍ତି ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ । ଏମାନେ ଜୈନ ଧର୍ମରେ ଦିକ୍ଷିତ । ଗତ ଫେବ୍ରୁଆରୀରେ ଏକ ଉତ୍ସବ ଅବସରରେ ସେ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେଇଥିଲେ । ୪ କିଲୋମିଟରର ଏକ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ଅବସରରେ ସେ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେଇଥିଲେ । ଏବେ ଖାଲି ହାତରେ ଏବଂ ଖାଲି ପାଦରେ ସବୁ କିଛି ପଛରେ ଛାଡ଼ି ଦେଇ ସନ୍ନ୍ୟାସ ମାର୍ଗରେ ଯିବେ ।

ଜୈନ ପରମ୍ପରା ଅନୁସାରେ ଘରୁ ଯିବା ବେଳେ କେବଳ ହଳେ ଧଳା ପୋଷାକ ପିନ୍ଧି ଯିବା ପାଇଁ ଅନୁମତି ରହିଛି । ହାତରେ ଭିକ୍ଷା ଥାଳ ଏବଂ ଗୋଟିଏ ଜଷ୍ଟି ଧରି ଗୃହ ତ୍ୟାଗ କରିବେ । ଏହି ଗୁଜରାଟୀ ଦମ୍ପତି ତାଙ୍କ ଦୁଇ ପିଲାଙ୍କ ପଥ ଅନୁସରଣ କରିଛନ୍ତି । ୨୦୨୨ ମସିହାରେ ତାଙ୍କ ୧୯ ବର୍ଷର ଝିଅ ଓ ୧୬ ବର୍ଷର ପୁଅ ସଂସାର ତ୍ୟାଗ କରି ସନ୍ନ୍ୟାସ ମାର୍ଗ ଗ୍ରହଣ କରିଥିଲେ । ଏହି ଦମ୍ପତି ଏପ୍ରିଲ ୨୨ ରେ ସଂସାରକୁ ପଛରେ ଛାଡ଼ି ମୋକ୍ଷ ସନ୍ଧାନରେ ବାହାରି ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.