ଅହମ୍ମଦାବାଦରେ ରଥଯାତ୍ରା କରିବା ନେଇ ଗୁଜୁରାଟ ହାଇକୋର୍ଟରେ ମାମଲା ଦାଏର କରିବାକୁ କହିଲେ ଗୁଜୁରାଟ ସରକାର

ଅହମ୍ମଦାବାଦ : ସୁପ୍ରିମ୍‌କୋର୍ଟଙ୍କ ରାୟ ଘୋଷଣା ପରେ ଆସନ୍ତାକାଲି ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ହେବା ନିଶ୍ଚିତ ହୋଇଯାଇଛି ।  ପୁରୀ ପରେ ଏବେ ଅହମ୍ମଦାବାଦରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ସରକାର ଗୁଜୁରାଟ ହାଇକୋର୍ଟରେ ଏକ ମାମଲା ଦାଏର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବା  ନେଇ ଦୀର୍ଘ ଦେଢ଼ ଘଣ୍ଟାର ବିଚାର ବିମର୍ଶ ପରେ ମାନ୍ୟବର କୋର୍ଟ ପୂର୍ବ ରାୟରେ ସଂଶୋଧନ କରିଛନ୍ତି । ତେବେ ବିନା ଭକ୍ତରେ କଟକଣା ମଧ୍ୟରେ କେବଳ ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଘୋଷଣା ପରେ ଗୁଜୁରାଟ ସରକାର ଅହମ୍ମଦାବାଦରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅହମ୍ମଦାବାଦରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ସରକାର ଗୁଜୁରାଟ ହାଇକୋର୍ଟରେ ଏକ ମାମଲା ଦାଏର କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟରରୁ ଜଣାପଡ଼ିଛି ।  ହେବା ନେଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.