ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ, ଆଉ ୪ ଦିନ ପ୍ରବଳରୁ ଅତି ପ୍ରବଳ ହେବ ଥଣ୍ଡା

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ଭାରତରେ ଶୀତର ଲହରୀ। ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଗତ କିଛି ଦିନ ହେବ ଲୋକଙ୍କୁ କଲବଲ କରୁଛି ଭୟଙ୍କର ଜାଡ଼ । ନିଆଁ ନଦେଖିଲେ ଯାଉନି ଶୀତ। ଆଉ ୪ ଦିନ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ । ଡିସେମ୍ବର ୨୧ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରେ ଶୀତ ଲହରୀ ଜାରି ରହିବ ।

ପଞ୍ଜାବ, ହରିଆଣା, ଉତ୍ତର ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶକୁ ଥରାଇବ ଶୀତ । ଶନିବାର ୬ ଡିଗ୍ରୀକୁ ଖସିଥିଲା ଦିଲ୍ଲୀର ପାରଦ । ରାଜସ୍ଥାନ ଚୁରୁରେ ବିଯୁକ୍ତ ୧.୧ ଡିଗ୍ରୀରେ ପାରଦ । ପ୍ରବଳ ଥଣ୍ଡାରେ ଉତ୍ତର ଭାରତରେ ଜନଜୀବନ ଅସ୍ତବ୍ୟସ୍ତ । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ସ୍ୱାଭାବିକ ଜୀବନଯାତ୍ରାକୁ ପ୍ରଭାବିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.