Below header

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ହେମା ମାଳିିନୀ, ବିଜୟ ପାଇଁ ନେଲେ ଆଶୀର୍ବାଦ

ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ବିଜୟ ପାଇଁ ଆଶୀର୍ବାଦ ନେବାକୁ ବୃନ୍ଦାବନସ୍ଥିତ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମସ୍ତ ପ୍ରାର୍ଥୀ ସମ୍ପୂର୍ଣ୍ଣ ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଛନ୍ତି ଏବଂ ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗୁଛନ୍ତି । ଏହାରି ଭିତରେ ସାଂସଦ ତଥା ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ବିଜୟ ପାଇଁ ଆଶୀର୍ବାଦ ନେବାକୁ ବୃନ୍ଦାବନସ୍ଥିତ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ ।

ଏହି ସମୟରେ ହେମା ମାଳିନୀ ପ୍ରେମାନନ୍ଦ ମହାରାଜଙ୍କ ସହ ପ୍ରାୟ ୨୦ ମିନିଟ୍ ଧରି କଥା ହୋଇଥିଲେ । ସେପଟେ ପ୍ରେମାନନ୍ଦ ମହାରାଜ ମଧ୍ୟ ହେମା ମାଳିନୀଙ୍କୁ କିଛି ପରାମର୍ଶ ଦେଇଥିଲେ । ହେମା ମାଳିନୀ ରାଧାରାଣୀଙ୍କ ଓଢ଼ଣୀ ପିନ୍ଧି ତାଙ୍କର ଆଶୀର୍ବାଦ ନେଇଥିଲେ ।

ହେମା ମାଳିନୀଙ୍କୁ ପରାମର୍ଶ ଦେଇ ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ ଆପଣ ଆଗକୁ ବଢ଼ନ୍ତୁ ଏବଂ ସମାଜରେ ଆହୁରି ପ୍ରିୟତା ବଢ଼ାନ୍ତୁ । ଏପରି ସଭାକୁ ଯାଆନ୍ତୁ, ଯେଉଁଠାରେ ଲୋକମାନେ ବି ଆପଣଙ୍କୁ ନିଜର ବୋଲି ଭାବନ୍ତି । ପ୍ରେମାନନ୍ଦ ମହାରାଜ କହିଥିଲେ, ଯଦି ଆପଣ ଲୋକମାନଙ୍କୁ ସମୟ ଦେବେ, ତେବେ ଆପଣ ଏକ ବଡ଼ ବିଜୟ ହାସଲ କରିବେ । ଆଖାପାଖ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ଭେଟନ୍ତୁ ।

କହି ରଖୁଛୁ ଯେ ମଥୁରା ଲୋକସଭା ଆସନରେ ବିଜେପି ତୃତୀୟ ଥର ପାଇଁ ହେମା ମାଳିନୀଙ୍କ ଉପରେ ଭରସା କରିଛି ଏବଂ ତାଙ୍କୁ ପ୍ରାର୍ଥୀ କରିଛି । ଗତ ଦୁଇଟି ନିର୍ବାଚନରେ ମଥୁରା ଆସନରେ ହେମା ମାଳିନୀ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।

ସୂଚନାଥାଉ କି, ଭାରତରେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରେ ଆରମ୍ଭ ହେବାକୁ ଯାଉଛି, ଯାହାର ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ । ସାତୋଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ଆରମ୍ଭ ହେବ, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ, ତୃତୀୟ ପର୍ଯ୍ୟାୟ ମେ’ ୭ରେ, ଚତୁର୍ଥ ପର୍ଯ୍ୟାୟ ମେ’ ୧୩ରେ, ପଞ୍ଚମ ପର୍ଯ୍ୟାୟ ମେ’ ୨୦ରେ, ଷଷ୍ଠ ପର୍ଯ୍ୟାୟ ମେ’ ୨୫ରେ ଏବଂ ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ଶେଷ ହେବ ।

ମିଥ୍ୟା ତଥା ଭୁଲ ତଥ୍ୟକୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ଜାରି କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.