ଭୁବନେଶ୍ୱରରେ ଘଡଘଡି ସହ ବର୍ଷା, ତାତିରୁ ମିଳିଲା ଆଶ୍ୱସ୍ତି

ରାଜଧାନୀରେ ବିଜୁଳି, ଘଡଘଡି ସାଙ୍ଗକୁ ବର୍ଷା । ତାତିରୁ ମିଳିଲା ଆଶ୍ୱସ୍ତି । ଗତ କିଛି ଦିନ ଧରି ଭୁବନେଶ୍ୱରରେ ପ୍ରଚଣ୍ଡ ତାତିରେ ଲୋକେ ନାହିଁ ନଥିବା ଅବସ୍ଥା ଭୋଗୁଥିଲେ । ଆଜିର ବର୍ଷା କିଛିଟା କଷ୍ଟ ଲାଘବ କରିଛି ।

କେନ୍ୟୁଜ(ବ୍ୟୁରୋ) : ରାଜଧାନୀରେ ବିଜୁଳି, ଘଡଘଡି ସାଙ୍ଗକୁ ବର୍ଷା । ତାତିରୁ ମିଳିଲା ଆଶ୍ୱସ୍ତି । ଗତ କିଛି ଦିନ ଧରି ଭୁବନେଶ୍ୱରରେ ପ୍ରଚଣ୍ଡ ତାତିରେ ଲୋକେ ନାହିଁ ନଥିବା ଅବସ୍ଥା ଭୋଗୁଥିଲେ । ଆଜିର ବର୍ଷା କିଛିଟା କଷ୍ଟ ଲାଘବ କରିଛି । ଏପ୍ରିଲ ମାସରେ ଗତକାଲି ରେକର୍ଡ କରିଥିଲା ରାଜଧାନୀରେ ତାତି । ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରିଥିଲା । ଯେଉଁଥିପାଇଁ ରାଜ୍ୟ ସହ ଭୁବନେଶ୍ୱରରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସକାଳୁଆ କରିଥିଲେ ସରକାର । ଆଜିର ବର୍ଷା ରାଜାଧାନୀବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.