ମେହବୁବା ମୁଫ୍‌ତି ଲଢ଼ିବେ ଲୋକସଭା ନିର୍ବାଚନ, ଘୋଷଣା ହେଲା ଆସନ

ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଲୋକସଭା ନିର୍ବାଚନ ଲଢ଼ିବେ । ଆଜି ଦଳ ଘୋଷଣା କରିଛି ଯେ ମୁଫତି ଅନନ୍ତନାଗ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଲୋକସଭା ନିର୍ବାଚନ ଲଢ଼ିବେ । ଆଜି ଦଳ ଘୋଷଣା କରିଛି ଯେ ମୁଫତି ଅନନ୍ତନାଗ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ମେହବୁବା ମୁଫତିଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ୱାହିଦ୍ ପାରା ଶ୍ରୀନଗରରୁ ଏବଂ ଫାୟାଜ ମିର ବାରାମୂଳାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ୱାହିଦ୍ ପାରା ଦଳର ୟୁଥ୍‌ ୱିଙ୍ଗର ଅଧ୍ୟକ୍ଷ ଥିବାବେଳେ ଫାୟାଜ ମିର ହେଉଛନ୍ତି ପୂର୍ବତନ ରାଜ୍ୟସଭା ସଦସ୍ୟ ।

ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି କହିଛନ୍ତି, ଆମେ କାଶ୍ମୀରର ସମସ୍ତ ତିନୋଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ଏବଂ ଜମ୍ମୁରେ କଂଗ୍ରେସକୁ ସମର୍ଥନ କରିବୁ । ଆମେ କାଶ୍ମୀରରେ ମଧ୍ୟ ମିଳିତ ମେଣ୍ଟ ପାଇଁ ଚେଷ୍ଟା କରିଥିଲୁ ଏବଂ ଆସନ ଘୋଷଣା ପାଇଁ ଫାରୁକ୍ ଅବଦୁଲ୍ଲାଙ୍କୁ ଅନୁମତି ଦେଇଥିଲୁ । କିନ୍ତୁ ନ୍ୟାସନାଲ କନ୍‌ଫରେନ୍ସର ସାର୍ବଜନିକ ଘୋଷଣା କାରଣରୁ ଆମେ ନିର୍ବାଚନୀ ମଇଦାନରେ ଆସିବା ପାଇଁ ବାଧ୍ୟ ହୋଇଛୁ ।

ଏହା ସହିତ ସେ କହିଛନ୍ତି, ମୁଁ ସମସ୍ତ ଲୋକଙ୍କୁ ନିବେଦନ କରୁଛି ଯେ ସେମାନେ ଆମକୁ ସମର୍ଥନ କରନ୍ତୁ । ପିଡିପି ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ତାଙ୍କୁ ସମର୍ଥନ କରୁ କି ନ କରୁ, ତାଙ୍କୁ ଲୋକ ଏବଂ ନିଜ ଦଳର କର୍ମକର୍ତ୍ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ସେ ନ୍ୟାସନାଲ କନ୍‌ଫରେନ୍ସରୁ ମଧ୍ୟ ସମର୍ଥନ ପାଇଁ ଅପିଲ କରିଛନ୍ତି ।

ସୂଚନାଥାଉ କି, ଜମ୍ମୁ-କାଶ୍ମୀରରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ଉଧମପୁର ଲୋକସଭା ଆସନରେ ମତଦାନ ହେବ । ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ ଆସନରେ ଭେଟିଂ ହେବ। ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ମେ’ ୭ରେ ଅନନ୍ତନାଗ ଆସନରେ ଭୋଟିଂ ଅନୁଷ୍ଠିତ ହେବ । ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟରେ ଶ୍ରୀନଗର ଆସନ ଏବଂ ମେ’ ୨୦ରେ ପଞ୍ଚମ ପର୍ଯ୍ୟାୟରେ ବାରାମୂଳା ଆସନରେ ମତଦାନ ହେବ । ଫଳାଫଳ ଜୁନ୍ ୪ରେ ଆସିବ । ଜମ୍ମୁ-କାଶ୍ମୀରରେ ପାଞ୍ଚଟି ଲୋକସଭା ଆସନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.