ଆସିଲା ଇଣ୍ଡିଆନ ଏକ୍ସପ୍ରେସର ୨୦୨୩ର ଶହେ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା, ଜାଣନ୍ତୁ କେଉଁ ସ୍ଥାନରେ କିଏ ଅଛନ୍ତି?

୨୦୨୩ର ସବୁଠୁ ଶହେ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ କରିଛି ଦୈନିକ ରାଷ୍ଟ୍ରୀୟ ସମ୍ବାଦପତ୍ର ଇଣ୍ଡିଆନ ଏକ୍ସପ୍ରେସର । ଏଥିରେ ଏକ ନମ୍ବର ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ସ୍ଥାନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ନୂଆଦିଲ୍ଲୀ: ଆସିଲା ଇଣ୍ଡିଆନ ଏକ୍ସପ୍ରେସର ୨୦୨୩ର ସବୁଠୁ ଶହେ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା । ଏଥିରେ ଏକ ନମ୍ବର ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ସ୍ଥାନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସେହିପରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୫୩ ନମ୍ବର ସ୍ଥାନରେ ଅଛନ୍ତି ।

ଯଦି ଆମେ ଓଡ଼ିଶା କଥା ଦେଖିବା ରେଳ ମନ୍ତ୍ରୀ ଆଶ୍ୱିନ ବୈଷ୍ଣବ ତାଲିକାରେ ୧୯ ନମ୍ବର ସ୍ଥାନରେ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ୨୧ ନମ୍ୱର୍ ସ୍ଥାନରେ, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୪୨ ନମ୍ୱର୍ ସ୍ଥାନରେ, କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୯ ନମ୍ୱର ସ୍ଥାନରେ ଓ ପ୍ରଧାନ ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରମୋଦ କୁମାର ମିଶ୍ର ୭୩ ନମ୍ୱର ସ୍ଥାନରେ ରହିଛନ୍ତି। ୮ମ ସ୍ଥାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଛନ୍ତି । ଜେ. ପି. ନଡ୍ଡାଙ୍କୁ ଇଣ୍ଡିଆନ୍ସ ଏକ୍ସପ୍ରେସ ଦେଇଛି ୭ ସ୍ଥାନ ।

ସେହିପରି ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡ ୪ ନମ୍ୱର ସ୍ଥାନରେ, ମୋହନ ଭଗବତ ୬ ନମ୍ବର ସ୍ଥାନରେ, ମୁକେଶ ଅମ୍ବାନୀ ୯ ନମ୍ୱରରେ ରହିଛନ୍ତି । ସେହିପରି ଅଜିତ ଦୋବଲ୍ ୧୦ରେ, ରାହୁଲ ଗାନ୍ଧୀ ୧୫ ନମ୍ୱର ସ୍ଥାନରେ, ସୋନିଆ ଗାନ୍ଧୀ ୩୦ନମ୍ୱର ସ୍ଥାନରେ, ଗୌତମ ଆଦାନୀ ୩୩ନମ୍ୱର ସ୍ଥାନରେ, ପ୍ରିୟଙ୍କା ଗାନ୍ଧୀ ୬୫ ଓ ବିରାଟ କୋହଲି ୫୩ ନମ୍ୱର୍ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.